Below header

ଅଗଷ୍ଟ ୧୫ରେ ରାଜ୍ୟର ୪ ଜିଲ୍ଲାରେ ସଟଡାଉନ କୋହଳ, ନିଜ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରିପାରିବେ ଲୋକେ

କେନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତା ଦିବସରେ ସଟଡାଉନ ହେବ କୋହଳ। ଅଗଷ୍ଟ ୧୫ ଶନିବାର ପଡୁଥିବାରୁ ଏହି ଦିନ ସପ୍ତାହାନ୍ତ ସଟଡାଉନ ଘୋଷଣା କରାଯାଇଛି । ତେଣୁ ଅଗଷ୍ଟ ୧୫ ତାରିଖରେ ସଟଡାଉନ କୋହଳ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିସନରଙ୍କ ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ସଟଡାଉନ ଘୋଷଣା ହେଇଥିବା ଗଞ୍ଜାମ, ଗଜପତି, କଟକ, ଖୋର୍ଦ୍ଧା ଜିଲ୍ଲା ଓ ରାଉରକେଲା ସହରରେ ଏହି କଟକଣାକୁ କୋହଳ କରାଯିବ। ଅଗଷ୍ଟ ୧୫ ତାରିଖ ଦିନ ୧୧ଟା ଯାଏଁ ଏହି ୪ଟି ଜିଲ୍ଲା ଓ ରାଉରକେଲାବାସୀ ନିଜ ଅଞ୍ଚଳରେ ଜାତୀୟ ପତାକା ଉତ୍ତୋଳନ କରି ପାରିବେ। କିନ୍ତୁ ପତାକା ଉତ୍ତୋଳନ ସମୟରେ କୋଭିଡ କଟକଣାକୁ ମାନିବାକୁ ପଡ଼ିବ।

ବିଜ୍ଞପ୍ତିରେ କୁହାଯାଇଛି ଯେ ସଟ୍‌ଡାଉନ୍‌ କଟକଣା ସହିତ ପତାକା ଉତ୍ତୋଳନ କରିହେବ। କିନ୍ତୁ ଏହି ସମୟରେ କେବଳ ୧୦ ଜଣରୁ ଅଧିକ ଲୋକ ଉପସ୍ଥିତ ରହି ପାରିବେ ନାହିଁ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ। ସେହିଭଳି ଉତ୍ସବସ୍ଥଳକୁ ଭଲ ଭାବରେ ସାନିଟାଇଜ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.