Below header

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌, ଚିକିତ୍ସା କରୁଛନ୍ତି ଓୟୁଏଟିର ୪ଜଣିଆ ଟିମ୍‌

ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌। ଆଠଗଡ଼ ବନଖଣ୍ଡ ସୁକାସନ ଜଙ୍ଗଲରେ ଦନ୍ତା ହାତୀଟି ଅସୁସ୍ଥ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍‌ କରିଛି ବନବିଭାଗ। OUAT ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍‌ ଦନ୍ତାର ଚିକିତ୍ସା କରୁଛନ୍ତି।

ଆଠଗଡ଼ (କେନ୍ୟୁଜ): ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌। ଆଠଗଡ଼ ବନଖଣ୍ଡ ସୁକାସନ ଜଙ୍ଗଲରେ ଦନ୍ତା ହାତୀଟି ଅସୁସ୍ଥ ଥିବାରୁ ତାକୁ ଟ୍ରାଙ୍କୁଲାଇଜ୍‌ କରିଛି ବନବିଭାଗ। OUAT ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ୪ ଜଣିଆ ଡାକ୍ତରୀ ଟିମ୍‌ ଦନ୍ତାର ଚିକିତ୍ସା କରୁଛନ୍ତି।

ହାତୀଟିର ପଛପଟ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ହାତୀର ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ସୂଚନା ଦେଇଛନ୍ତି ଆଠଗଡ଼ ରେଞ୍ଜର। ଜଙ୍ଗଲରେ କୌଣସି କଣ୍ଟା ବା ପଥର ଘଷି ହୋଇ ଗୋଡ଼ରେ ଆଘାତ ଲାଗିଥିବା ଅନୁମାନ କରୁଛି ଡ଼ାକ୍ତରୀ ଦଳ। ଏବେ ସୁକାସନ ଜଙ୍ଗଲରେ କୋଡ଼ିଏ ଟିକିଆ ହାତୀପଲ ଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏହି ଦନ୍ତା ହାତୀଟିର ଗୋଡ଼ରେ ଆଘାତ ଲାଗିଥିବା ଯୋଗୁ ହାତୀଟି ଦଳରୁ ଏକାକି ରହୁଥିବା ଅନୁମାନ କରୁଛି ବନବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.