ଧୋନି ବିମାନରେ ଶୋଇଥିବା ବେଳେ ଲୁଚିଛପି ଭିଡିଓ କଲେ ଏୟାର ହଷ୍ଟେସ, ଭାଇରଲ ହେଉଛି ଭିଡିଓ

ଧୋନିଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ । ଏଥର ବିମାନରେ ଧୋନି ଶୋଇଥିବା ବେଳେ ଲୁଚିଛପି ଏୟାରହଷ୍ଟେସ ଭିଡିଓ କରିଛନ୍ତି । ଧୋନିଙ୍କ ପାଖରେ ସାକ୍ଷୀ ବସିଥିଲେ ମଧ୍ୟ ସେ ଏହା ଜାଣିପାରିନାହାନ୍ତି ।

ଲାଇମ ଲାଇଟରୁ ନିଜକୁ ଦୂରେଇ ସରଳ ଜୀବନଯାପନ କରିବାକୁ ଚାହାନ୍ତି ଧୋନି । ଆଉ ଫ୍ୟାନ୍ସ ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ସବୁବେଳେ ଚାହିଁ ରହିଥାନ୍ତି । ଆଉ ଏପରି ସ୍ଥଳେ ଯଦି ଧୋନିଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଆସେ, ତେବେ ତାହା ଭାଇରଲ ହୋଇଯାଏ । ଏବେ ଧୋନିଙ୍କର ଏକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ସେ ବିମାନର ଇକୋନମି କ୍ଲାସରେ ଶୋଇ ଯାଉଥିବାର ଦେଖିବାକୁ ମିଳିଛି ।

ଏହି ଭିଡିଓକୁ ଜଣେ ଏୟାର ହଷ୍ଟେସ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓରେ ଧୋନି ବିମାନ ସିଟ୍‌ରେ ବସି ଶୋଇଥିବା ବେଳେ ପାଖଷର ସାକ୍ଷୀ ବସିଥିବା ଦେଖିବାକୁ ମିଳିଛି । ସାକ୍ଷୀ ମୋବାଇଲରେ ବ୍ୟସ୍ତ ରହିଥିବା ବେଳେ ଧୋନି ଶୋଇଛନ୍ତି । ଏୟାର ହଷ୍ଟେସ ଭିଡିଓଟି ସୁଟ୍‌ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏବେ ଏହି ଭିଡିଓ ଭାଇରଲ ହେବାରେ ଲାଗିଛି । ଭିଡିଓ ଭାଇରଲ ହେବା ପରେ ଲୋକ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଭାଇରଲ ଭିଡିଓକୁ ନେଇ ନାରାଜ ରହିଛନ୍ତି । ଭିଡିଓଟି ଏୟାର ହଷ୍ଟେସ ନିଜ ସିଟ୍‌ରେ ବସି ସୁଟ୍‌ କରିଛନ୍ତି ।

ପୂର୍ବରୁ ବିମାନରେ ଧୋନିଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଧୋନି ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ଏୟାରହଷ୍ଟେସ ତାଙ୍କୁ ଚକୋଲେଟ ଭର୍ତ୍ତି ଥିବା ଟ୍ରେ ଦେଖାଇଛନ୍ତି । ଆଉ ଧୋନି ତା’ ମଧ୍ୟରୁ ଗୋଟିଏ ମାତ୍ର ଚକୋଲେଟ ଉଠାଇଛନ୍ତି ଧୋନି ଆଉ ଏୟାରହଷ୍ଟେସଙ୍କୁ ଦେଖି ହସିଦେଉଛନ୍ତି । ଏହି ସମୟରେ ଧୋନି ନିଜ ଟ୍ୟାବ୍ ରେ  Candy Crush ଖେଳୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.