Below header

ଭୁବନେଶ୍ୱରର ଏକ ହୋଟେଲରୁ ବିରଳ ପ୍ରଜାତିର କଇଁଛ ଜବତ, କର୍ମଚାରୀଙ୍କୁ ପଚରାଉଚରା

ହୋଟେଲରୁ ବିରଳ ପ୍ରଜାତିର କଇଁଛ ଜବତ। ଭୁବନେଶ୍ୱର ନୟାପଲ୍ଲୀ ଠାରେ ଜିଞ୍ଜିବର ହୋଟେଲରୁ ବିରଳ କଇଁଛ ଜବତ କରିଛି ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ। ହୋଟେଲରୁ ୫ଟି କଇଁଛ ଜବତ ହୋଇଥିବା ବେଳେ ସେଥିରେ ଦୁଇଟି କଇଁଛ ରହିଛି। ଏଗୁଡ଼ିକ ଫ୍ଲାପ୍‌ ସେଲ୍‌ ପ୍ରଜାତିର କଇଁଛ ଓ ଏହାକୁ ରଖିବା ବେଆଇନ।

ଭୁବନେଶ୍ୱର (କେନ୍ୟୁଜ): ହୋଟେଲରୁ ବିରଳ ପ୍ରଜାତିର କଇଁଛ ଜବତ। ଭୁବନେଶ୍ୱର ନୟାପଲ୍ଲୀ ଠାରେ ଜିଞ୍ଜିବର ହୋଟେଲରୁ ବିରଳ କଇଁଛ ଜବତ କରିଛି ଭୁବନେଶ୍ୱର ବନ୍ୟପ୍ରାଣୀ ବନାଞ୍ଚଳ। ହୋଟେଲରୁ ୫ଟି କଇଁଛ ଜବତ ହୋଇଥିବା ବେଳେ ସେଥିରେ ଦୁଇଟି କଇଁଛ ରହିଛି। ଏଗୁଡ଼ିକ ଫ୍ଲାପ୍‌ ସେଲ୍‌ ପ୍ରଜାତିର କଇଁଛ ଓ ଏହାକୁ ରଖିବା ବେଆଇନ। ବନ୍ୟପ୍ରାଣୀ ସୁରକ୍ଷା ଆଇନର ଧାରା ୧୯୭୨ ଅନୁସାରେ ସିଡ୍ୟୁଲ-1 ପ୍ରାଣୀ ରଖିବା ଦଣ୍ଡନୀୟ। ଏନେଇ ଏକ ମାମଲା ରୁଜୁ କରି ହୋଟେଲ କର୍ମଚାରୀଙ୍କୁ ଡାକି ପଚରାଉଚରା କରୁଛି ବନ୍ୟପ୍ରାଣୀ ଅଧିକାରୀ।

ତେବେ ଏହି ବିରଳ ପ୍ରଜାତିର କଇଁଛ ବିଶେଷ କରି ରାଜ୍ୟ ବାହାରକୁ ଚାଲାଣ ହୋଇଥାଏ । ବଡ଼ବଡ଼ ହୋଟେଲରେ ଏହାର ବେସ ଡିମାଣ୍ଡ ଥାଏ । ଏପରିକି ଏହାର କିଲୋ ପିଛା ଦର ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଥାଏ । ଯାହା ମଟନ ଦରଠାରୁ ବି ଦୁଇ ଗୁଣ । ଆଉ ଏହାର ଫାଇଦା ନେବାକୁ ବଡ଼ବଡ଼ ହୋଟେଲରେ ଏପରି ବିରଳ କଇଁଛ ମାଂସ ମିଳିଥାଏ । ଏଥିପାଇଁ କିଛି ଦଲାଲ କଇଁଛ ଚାଲାଣ ବି କରିଥାଆନ୍ତି ।ଓଡ଼ିଶାର ପାଖ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କୋଲକାତା ସହରର ଅନେକ ହୋଟେଲକୁ ଏସବୁ ଚାଲାଣ ହୋଇଥାଏ । କିନ୍ତୁ ଭୁବନେଶ୍ଵର ରେଞ୍ଜରେ ଏହା ପ୍ରଥମ ଘଟଣା ବୋଲି କହିଛନ୍ତି ବନ୍ୟପ୍ରାଣୀ ଅଧିକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.