ଚୋରି ସନ୍ଦେହରେ ମହିଳା ସେବିକାଙ୍କୁ ବନ୍ଧକ ରଖିଲେ ଘର ମାଲିକ, କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳା ସେବିକାଙ୍କୁ ଅତ୍ୟାଚାର କରିବା ସହ ବନ୍ଧକ ରଖିଲେ ଘର ମାଲିକ । ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ନକଲି ପୋଲିସ୍‌ କହି ଗାଳି ଗୁଳଜ କଲେ । ବହୁ ସମୟ ପରେ ମହିଳା ସେବିକାଙ୍କୁ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳରେ ଅଭାବନୀୟ ଘଟଣା । ମହିଳା ସେବିକାଙ୍କୁ ଅତ୍ୟାଚାର କରିବା ସହ ବନ୍ଧକ ରଖିଲେ ଘର ମାଲିକ । ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ନକଲି ପୋଲିସ୍‌ କହି ଗାଳି ଗୁଳଜ କଲେ । ବହୁ ସମୟ ପରେ ମହିଳା ସେବିକାଙ୍କୁ ଉଦ୍ଧାର କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ । ଉଦ୍ଧାର ବେଳେ ସବ୍‌ଇନ୍ସପେକ୍ଟରଙ୍କୁ ସ୍କୃ ଡ୍ରାଇଭରରେ ଆକ୍ରମଣ କରିଥିଲେ ଘର ମଲିକ । ଏଥିରେ ସବ୍‌ଇନିସପେକ୍ଟର ଆହତ ହୋଇଛନ୍ତି । ଘର ମାଲିକ ବିଶ୍ୱଜିତ ଦାସଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ସୂଚନା ଅନୁସାରେ ଫ୍ଲାଟରେ ରହୁଥିବା ବିଶ୍ୱଜିତ ଦାସ ଘଟାଇଛନ୍ତି ଏହି ତୁମୁଳ କାଣ୍ଡ। ଜଣେ ସେବିକାଙ୍କୁ ଚୋରି ସନ୍ଦେହରେ ଦୀର୍ଘ ସମୟ ହେବ ବନ୍ଦୀ କରି ରଖିଥିବା ବେଳେ ଖବର ପାଇ ସ୍ଥାନୀୟ ଚନ୍ଦ୍ରଶେଖରପୁର ପୋଲିସ୍ ଉଦ୍ଧାର ପାଇଁ ଯାଇଥିଲେ । କିନ୍ତୁ ସେଠାରେ ଘର ମାଲିକ ବିଶ୍ୱଜିତ ପୋଲିସକୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘର ଖୋଲି ନଥିଲେ । ଦୀର୍ଘ ଦୁଇ ଘଣ୍ଟାର ଅପରେସନରେ ଗ୍ରିଲ କାଟିବା ସହ କବାଟ ଭାଙ୍ଗି ମହିଳା ସେବିକାଙ୍କୁ ଉଦ୍ଧାର କରିଥିଲା ପୋଲିସ । ଆଉ ସେହି ସମୟରେ ପୋଲିସକୁ ଆକ୍ରମଣ କରିଥିଲେ ବିଶ୍ୱଜିତ । ଏ ନେଇ ସେବିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଘର ମାଲିକ ବିଶ୍ୱଜିତ ଦାସଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.