Below header

ଏଲନ୍‌ ମସ୍କ ସେୟାର କଲେ X ହେଡ୍‌କ୍ୱାଟରର ଭିଡିଓ, ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଲୋକଙ୍କ ମନରେ କୌତୁହଳ

ଏଲନ୍ ମସ୍କ ଟ୍ୱିଟର (X) ହେଡ୍‌କ୍ୱାଟରର ଏକ ଭିଡିଓ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ଭିଡିଓଟି ସାନ ଫ୍ରାନ୍ସିସ୍କୋର। ଏଠାରେ ଏକ ବିଲ୍ଡିଂ ଉପରେ Xର ଲୋଗୋ ଦେଖିବାକୁ ମିଳୁଛି।

ଏଲନ୍ ମସ୍କ ‘ଟ୍ଵିଟର’ ସହିତ ପ୍ରତିଦିନ କିଛି ନା କିଛି ନୂଆ କରୁଛନ୍ତି। ନିକଟରେ ସେ ଟ୍ୱିଟରର ଲୋଗୋ ଏବଂ ଏହାର ଅଫିସିଆଲ୍ ହ୍ୟାଣ୍ଡେଲକୁ ବଦଳାଇ ଦେଇଥିଲେ, ଯାହାପରେ ଟ୍ୱିଟର ବର୍ତ୍ତମାନ ‘X’ ନାମରେ ଜଣାଯାଉଛି। ଆଉ ଏବେ ଏଲନ୍ ମସ୍କ ଏପରି କିଛି କରିଛନ୍ତି, ଯାହା ସୋସିଆଲ୍ ମିଡିଆରେ X ବ୍ୟବହାରକାରୀଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣ କରି ଦେଇଛି।

ଏଲନ୍ ମସ୍କ ଟ୍ୱିଟର (X) ହେଡ୍‌କ୍ୱାଟରର ଏକ ଭିଡିଓ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ଭିଡିଓଟି ସାନ ଫ୍ରାନ୍ସିସ୍କୋର। ଏଠାରେ ଏକ ବିଲ୍ଡିଂ ଉପରେ Xର ଲୋଗୋ ଦେଖିବାକୁ ମିଳୁଛି, ଯାହା ଫ୍ଲାସ୍‌ ଲାଇଟ୍‌ ପରି ଉଜ୍ଜ୍ୱଳ ଦେଖାଯାଉଛି। ଏହି ଭିଡିଓ ଲୋକଙ୍କ ମନରେ ଏକ ନୂଆ କୌତୁହଳ ଜାଗ୍ରତ କରିଛି।

ମସ୍କଙ୍କର ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଏଥିସହ ମନରେ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ମସ୍କ ଆଉ କ’ଣ ନୂଆ କରିବାକୁ ଯାଉଛନ୍ତି?

ବାସ୍ତବରେ, ଏଲନ୍ ମସ୍କ ଭିଡିଓ ସହିତ ଏକ ପୋଷ୍ଟ ମଧ୍ୟ ଫ୍ୟାନ୍‌ମାନଙ୍କ ସହିତ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, X ପ୍ଲାଟଫର୍ମରେ କିଛି ସ୍ପେଶାଲ ଆସିବାକୁ ଯାଉଛି। ଏହି ପୋଷ୍ଟ ପରେ ଲୋକମାନେ ବିଭିନ୍ନ କଳ୍ପନାଜଳ୍ପନା କରୁଛନ୍ତି। ତେବେ ମସ୍କ କେବଳ ଏହି ଗୋଟିଏ ନୁହେଁ, X ହେଡକ୍ୱାର୍ଟରର ଦୁଇଟି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.