ସୋମବାର ବ୍ରତରେ କରନ୍ତୁ ନାହିଁ ଏହି ଭୁଲ

ଶ୍ରାବଣ ସୋମବାର କଲେ ମିଳିଥାଏ ମନ ପସନ୍ଦ ଜୀବନ ସାଥି, ଆପଣ ବି କରନ୍ତୁ ; କିନ୍ତୁ ଏହି କଥାକୁ ଧ୍ୟାନ ରଖନ୍ତୁ

ଶ୍ରାବଣ ମାସ ବିଶେଷ କରି ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସରେ କରାଯାଇଥିବା ଉପାୟର ଖୁବ ଶୀଘ୍ର ଫଳ ମିଳିଥାଏ। ପବିତ୍ର ଶ୍ରାବଣ ମାସ, ପୂଣ୍ୟ ଅର୍ଜନ କରିବାର ମାସ । ସେଥିପାଇଁ ଶ୍ରଦ୍ଧାଳୁ ମହାଦେବଙ୍କ ପାଇଁ ପୂଜାର୍ଚ୍ଚନା, ଉପବାସ ରଖିଥାନ୍ତି ।କୁହାଯାଏ ଯେ ଯଦି କେହି ଭଲ ଜୀବନସାଥୀ ଚାହୁଁଛନ୍ତି, ତେବେ ସେ ଏହି ମାସରେ ପଡ଼ୁଥିବା ସୋମବାର ଦିନ ଉପବାସ କରିବା ଉଚିତ । ତଥାପି ଏହି ଉପବାସ ପାଳନ କରିବାବେଳେ ଅନେକ ନିୟମର ଯତ୍ନ ନେବା ମଧ୍ୟ ଆବଶ୍ୟକ । ଏହି ପୂଜା ବିଧି, ବ୍ରତରେ ତ୍ରୁଟି ହେଲେ ଆପଣଙ୍କ ମନସ୍କାମନା ପୂରଣ ହେବନି । ଆଉ ଏହାର କୁପରିଣାମ ଭୋଗିବା ଆଶଙ୍କା ମଧ୍ୟ ଅଧିକ ହୋଇଯାଏ ।

ଶ୍ରାବଣ ସୋମବାର ବ୍ରତ ସମୟରେ କଣ କରିବେ ନାହିଁ , ଜାଣନ୍ତୁ :

ଯଦି ଆପଣ ଶ୍ରାବଣ ସୋମବାର ଉପବାସ କରୁଛନ୍ତି, ତେବେ ମନେରଖନ୍ତୁ ଯେ ଆପଣ ଏହି ଦିନ କ୍ଷୀର ଖାଇବା ଉଚିତ୍ ନୁହେଁ କାରଣ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରାଯାଇଥାଏ ।

ଯଦି ଆପଣ ସୋମବାର ଦିନ ଉପବାସ କରୁଛନ୍ତି, ତେବେ ମନେରଖନ୍ତୁ ଯେ ଫଳ ଖାଇବା ସମୟରେ, ଭୁଲରେ ମଧ୍ୟ ଏଥିରେ ଲୁଣ ଖାଆନ୍ତୁ ନାହିଁ । ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସହିତ ଜଡିତ କୌଣସି ସମସ୍ୟା ଅଛି, ତେବେ ଆପଣ ସୈନ୍ଧବ ଲୁଣ ଖାଇବା ଉଚିତ୍ ।

ସୋମବାର ଉପବାସ କରୁଥିବାବେଳେ ମନେରଖନ୍ତୁ ଯେ ଆପଣଙ୍କୁ ନିଜକୁ ଶାନ୍ତ ରଖିବାକୁ ପଡିବ । କ୍ରୋଧ ଓ ରାଗରୁ ଦୂରେଇ ରୁହନ୍ତୁ । ଏହା ମଧ୍ୟ ମନେରଖନ୍ତୁ, ଆପଣ ମନରେ କାହା ପାଇଁ ଖରାପ ଭାବନା ରଖିବା ଉଚିତ୍ ନୁହେଁ ।

ସୋମବାର ଉପବାସ କରୁଥିବା ଲୋକମାନେ ପିଆଜ, ରସୁଣ, ମାଂସ, ମଦ୍ୟ, ମସଲାଯୁକ୍ତ ଖାଦ୍ୟ, ମଇଦା, ଭଳି ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ । ଗୃହପାଳିତ ପଶୁଙ୍କୁ ଖାଦ୍ୟ ଦିଅନ୍ତୁ ।  ଶିବଙ୍କୁ ପୂଜା କରିବାବେଳେ, ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତୁ ଯେ ତୁଳସୀ ପତ୍ର, ସିନ୍ଦୁର, ହଳଦୀ, ନଡ଼ିଆ, ଶଙ୍ଖ ଭଳି ଜିନିଷ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.