Below header

ଆସନ୍ତା କାଲି ପଡୁଛି ଅଦ୍ଭୁତ ସଂଯୋଗ

ଆସନ୍ତା କାଲି ଶ୍ରାବଣ ୪ର୍ଥ ସୋମବାରରେ ପଡୁଛି ଅଦ୍ଭୁତ ସଂଯୋଗ, ଏହି ସମୟରେ ପୂଜା କଲେ ପୂର୍ଣ୍ଣ ହେବ ସବୁ ଇଚ୍ଛା

ଏଥର ମଳ ମାସ ପାଇଁ ପଡିଛି ଯୋଡ଼ା ଶ୍ରାବଣ । ତେଣୁ ନିୟମ ଅନୁସରେ ଶ୍ରାବଣ ମାସ ମାସେ ପରିବର୍ତ୍ତେ ଦୁଇ ମାସ ଯାଏ ପାଳନ ହେବ । ଏବେ ଆରମ୍ଭ ହୋଇସାରିଛି ମଳ ମାସ । ଶ୍ରାବଣ ମାସ ନିର୍ଦ୍ଧିଷ୍ଟ ତିଥିରେ ସରୁଥିବା ବେଳେ ମଳ ମାସ କାରଣରୁ ଆହୁରି ମାସେ ବୃଦ୍ଧି ହୋଇଛି । ତେଣୁ ଏଥି ପାଇଁ ଶ୍ରାବଣ ମାସରେ କାଉଡିଆଙ୍କ ପାଇଁ ମଧ୍ୟ ଏହି ନୀତିନିୟମ ଲାଗୁ ହୋଇଛି । ବୋଲବମ୍ ନେଇ ଯାଉଥିବା ଭକ୍ତ ଚଳିତ ଶ୍ରାବଣରେ ୨ ମାସ ଧରି ପାଳନ କରୁଛନ୍ତି । ମଳ ମାସ ସଂଯୋଗ ପ୍ରାୟ ୧୯ ବର୍ଷ ପରେ ସୃଷ୍ଟି ହୋଇଛି ।

ଶ୍ରାବଣ ମାସରେ ସୋମବାର ବିଶେଷ ମହତ୍ତ୍ବ ରହିଥାଏ । ଏଥର ଶ୍ରାବଣ ମାସରେ ମଳ ମାସ ରହିଥିବାରୁ ପୂଜାର୍ଚ୍ଚନାରେ ନୀତିନିୟମ ମାନିବାକୁ ହେବ । ଶିବ ଲିଙ୍ଗରେ ହଳଦୀ, କୁଙ୍କୁମ କିମ୍ବା ସିନ୍ଦୁର ଲଗାନ୍ତୁ ନାହିଁ । କାରଣ ଶିବ ଲିଙ୍ଗ ହେଉଛି ପୁରୁଷ ତତ୍ତ୍ବ । ଏହା ସହିତ ମହାଦେବଙ୍କୁ କେତକୀ କିମ୍ବା ଅରଖ ଫୁଲ ଚଢାନ୍ତୁ ନାହିଁ । ମହାଦେବଙ୍କର ଅରଖ ଫୁଲ ବେଶ୍ ପ୍ରିୟ କିନ୍ତୁ ମଳ ମାସରେ ଏହା କରିବାକୁ ବାରଣ କରାଯାଇଛି ।

ସେହିଭଳି ତାମସିକ ଭୋଜନ କରିବାକୁ ଦୂରେଇ ରୁହନ୍ତି । ମାଛ, ମାଂସ, ଅଣ୍ଡା ଆଦି ଆମିଷ ଭକ୍ଷଣ କରିବାଠୁ ଦୂରେଇ ରୁହନ୍ତି । ଏହା ସହିତ ପିଆଜ, ରସୁଣ ମଧ୍ୟ ଖାଆନ୍ତୁ ନାହିଁ । ମଳ ମାସରେ ଶିବ ଲିଙ୍ଗ ଉପରେ ଶଙ୍ଖରେ ଜଳ ଅର୍ପଣ କରିବା ନିଷେଧ । କାରଣ ଭଗବାନ ଶିବ ଶଙ୍ଖଚୂଡ ଅସୁରକୁ ବଧ କରିଥିଲେ ।

ମହାଦେବଙ୍କ ପୂଜା ସମୟରେ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । ଶ୍ରାବଣ ବ୍ରତ ରଖୁଥିବା ବ୍ୟକ୍ତି ଏହା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ନଚେତ୍ ମହାଦେବଙ୍କ କୋପ ପଡିପାରେ । ଏହା ସହିତ ଭଗବାନ ଶିବ କ୍ରୋଧାନ୍ବିତ ହୋଇଥିବା ଫଟୋଚିତ୍ର ଲଗାନ୍ତୁ ନାହିଁ । କାରଣ କ୍ରୋଧରେ ଥିବା ବେଳେ ମହା ଦେବ ବିନାଶର ପ୍ରତୀକ ବୋଲି ପୂରାଣ ଆଲେଖ୍ୟ ରହିଛି । ତେଣୁ ମଳ ମାସରେ ଏ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ ।

ଚଳିତ ଥର ଶ୍ରାବଣର ୪ର୍ଥ ସୋମବାର ୩୧ ଜୁଲାଇ ମାନେ ଆସନ୍ତା କାଲି ପଡ଼ୁଛି। ଶ୍ରାବଣ ମାସରେ ମନ୍ଦିରରେ ଭଗବାନ ଭୋଳାନାଥଙ୍କ ନିମିତ୍ତ ରୁଦ୍ରାଭିଷେକ କରାଯାଏ। ଧାର୍ମିକ ଗ୍ରନ୍ଥ ଅନୁସାରେ ଶ୍ରାବଣ ସେମାବାର ଦିନ ବିଧିବଦ୍ଧ ଭାବେ ରୁଦ୍ରାଭିଷେକ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇ ଭକ୍ତଙ୍କ ସବୁ ଇଚ୍ଛାକୁ ପୂର୍ଣ୍ଣ କରନ୍ତି।

ଏହିସମୟରେ ଚତୁର୍ମାସ ପଡ଼ୁଛି। ଆଉ ଏହା ଶ୍ରାବଣ ମାସର ୪ର୍ଥ ସୋମବାର । ଏମିତି ସଯୋଂଗରେ ମାନ୍ୟତା ଅଛି ଯେ ଭଗବାନ ଶିବ ମାତା ପାର୍ବତୀଙ୍କ ସହିତ ପୃଥିବୀ ଲୋକ ଭ୍ରମଣ କରିବା ପାଇଁ ଧରାପୃଷ୍ଠ କୁ ଆସିଥାନ୍ତି। ଆଉ ନିଜ ଭକ୍ତଙ୍କ ପୂଜାର୍ଚ୍ଚନା କରିବା ଦେଖି ପ୍ରସନ୍ନ ହୋଇ ଆଶିର୍ବାଦ ଦେଇଥାନ୍ତି। ଶ୍ରାବଣ ମାସରେ ସୋମବାର ବ୍ରତ ରଖିବା ଦ୍ୱାରା ମହିଳାଙ୍କୁ ଅଖଣ୍ଡ ସୌଭାଗ୍ୟ ଓ ସନ୍ତାନ ପ୍ରାପ୍ତି ବରଦାନ ମିଳିଥାଏ।

ଏବେ ଜାଣନ୍ତୁ ଆସନ୍ତା କାଲି ପୂଜାର ଶୁଭ ସମୟ:
ଶ୍ରାବଣ ଅଧିକ ଦ୍ୱିତୀୟ ସୋମବାର ବ୍ରତ
ନ୍ୟକ୍ଷତ୍ର ପୂବାଷାଢ଼ା- ୬.୫୮ ସନ୍ଧ୍ୟା ପର୍ଯ୍ୟନ୍ତ ରହିିଛି
ଯୋଗ ବିଷ୍କମ୍ଭ- ୧୧.୦୫ ରାତି ଯାଏ ରହିଛି
ଅଭିଜିତ ମୂହୁର୍ତ୍ତ- ଦିନ ୧୨ ଟାରୁ ୧୨.୫୪ ଯାଏ ରହିଛି।
ଅମୃତ କାଳ – ଦିନ ୨.୪୧ ରୁ ୪.୦୭ ଯାଏ ଅଛି

ଆପଣ ଏହି ସମୟ ଦେଖି ପୂଜାର୍ଚ୍ଚନା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.