ନାବାଳକକୁ ବଳି ପାଇଁ ହତ୍ୟା ଘଟଣା: ପୂଜାରିଣୀ ରିତାଞ୍ଜଳି ଓ ତିନି ପୁଅଙ୍କୁ ଗିରଫ କଲା ପୋଲିସ

ନାବାଳକକୁ ବଳି ପାଇଁ ହତ୍ୟା ଘଟଣା । ଘଟଣାରେ ଜଣେ ନାବାଳକ ସହ ଚାରି ଗିରଫ । ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘ ଓ ତାର ତିନି ପୁଅ ଗିରଫ କଲା ପୋଲିସ। ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଶବ ବ୍ଯବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ହେବ ସ୍ପଷ୍ଟ ।

ଅନୁଗୁଳ (କେନ୍ୟୁଜ): ନାବାଳକକୁ ବଳି ପାଇଁ ହତ୍ୟା ଘଟଣା । ଘଟଣାରେ ଜଣେ ନାବାଳକ ସହ ଚାରି ଗିରଫ । ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘ ଓ ତାର ତିନି ପୁଅ ଗିରଫ କଲା ପୋଲିସ। ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଶବ ବ୍ଯବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ ହେବ ସ୍ପଷ୍ଟ । ଏ ସବୁ ମିଳିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ । ସୂଚନା ଦେଲେ ଅନୁଗୋଳ ଏସ୍‌ ପି ସୁଧାଂଶୁ ଶେଖର ମିଶ୍ର ।

ଆଜି ମଙ୍ଗଳା ମନ୍ଦିରର ମହିଳା ପୂଜକ ଓ ତାଙ୍କ ତିନି ପୁଅକୁ ଅଟକ ରଖି ସେମାନଙ୍କୁ ପଚରାଉଚରା କରୁଥିଲା ଆଠମଲ୍ଲିକ ଥାନା ପୋଲିସ ।ଆଠମଲ୍ଲିକ ଥାନାରେ କିଛି ଗ୍ରାମବାସୀଙ୍କୁ ମଧ୍ୟ ପଚରାଉଚରା ହୋଇଛି । ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର ସ୍ୱତନ୍ତ୍ର ଟିମ୍‌ ବିଭିନ୍ନ ଦିଗରୁ ଖୋଳତାଡ କରୁଛନ୍ତି । ବିବାଦୀୟ ମଙ୍ଗଳା କୋଠି ନିକଟରେ ଦୁଇ ଜଣ ଆଡିସିନାଲ ଏସପିଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଗ୍ରାମବାସୀଙ୍କୁ ନେଇ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୋଲିସ୍‌ ବୈଠକ କରିଛି । ମନ୍ଦିରକୁ ସେଠାରୁ ଭାଙ୍ଗିଦେବା ସହ ମହିଳା ପୂଜକଙ୍କ ପରିବାରକୁ ଗାଁରେ ପୁରାଇ ନଦେବାକୁ କହିଛନ୍ତି ଗ୍ରାମବାସୀ ।

ଗତକାଲି କଟକ ଏସସିବିରେ ମୃତ ସଞ୍ଜିତଙ୍କ ପୋଷ୍ଟମର୍ଟମ କରାଯାଇଥିଲା । ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନବାଚୀ । ଗତ ୨୩ ତାରିଖରେ ସଞ୍ଜିତକୁ ସାଙ୍ଗରେ ନେଇ ଟୁସର ଗାଁର ମା ମଙ୍ଗଳା ମନ୍ଦିରକୁ ଅଧିଆ ପଡ଼ିବାକୁ ଆସିଥିଲେ ମାଆ ବାସନ୍ତୀ ବିଶ୍ୱାଳ । ପୁଅର ଅସୁସ୍ଥତା ପାଇଁ ସେ ପୂର୍ବରୁ ମଧ୍ୟ ଆସିଥିଲେ । ଏ ବାବଦରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି । ତେବେ ସେଦିନ ଅଧିଆ ପଡ଼ିଥିବା ବେଳେ ରାତି ହୋଇଯିବାରୁ ତାଙ୍କୁ ସେଠାରେ ରହିବାକୁ ପଡ଼ିଥିଲା । ତେବେ ତାଙ୍କ ପାଖରେ ଶୋଇଥିବା ପୁଅ ସକାଳକୁ ନଥିଲା । ପୁଅ ମନ୍ଦିରରେ ନମିଳିବାରୁ କିଆକଟା ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ୫ ଦିନ ପରେ ଗତ ୨୮ତାରିଖରେ ମିଳିଥିଲା ମୃତଦେହ । ଘଟଣା ଜଣାପଡ଼ଇବା ପରେ ପୋଲିସ୍‌ ନିଷ୍କ୍ରିୟତା ଅଭିଯୋଗ କରି ଗ୍ରାମବାସୀ ପୋଲିସ୍‌ ଗାଡ଼ି ପୋଡ଼ି ଦେଇଥିଲେ । ରାସ୍ତାରୋକ ଓ ପୋଲିସ ଗାଡି ପୋଡି ଘଟଣାରେ ୬ଟି ଗାଁର ୩୬୬ ଜଣଙ୍କ ନାଁରେ ମାମଲା ରୁଜୁୁ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.