ଏବେକାର କ୍ରିକେଟରଙ୍କ ଉପରେ କପିଳ ଦେବ ରାଗିଲେ କାହିଁକି ? ପଢ଼ିଲେ ଜାଣିବେ କଣ କହିଲେ ଏହି କିମ୍ବଦନ୍ତୀ ଖେଳାଳି

ବର୍ତ୍ତମାନର କ୍ରିକେଟରଙ୍କ ଠାରେ ପଇସାର ଅହଙ୍କାର ଅଧିକ, ସିନିୟରମାନଙ୍କୁ ସେମାନେ ପଚାରୁ ନାହାନ୍ତି : କପିଳ ଦେବ

ଭାରତକୁ ସର୍ବପ୍ରଥମ କ୍ରିକେଟ୍‌ ବିଶ୍ୱକପ୍‌ ଦେଇଥିବା ଅଧିନାୟକ କପିଳ ଦେବ ବର୍ତ୍ତମାନର କ୍ରିକେଟରଙ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି ଏବେକାର ଖେଳାଳି ବହୁତ ଅଧିକ ଅର୍ଥ ଉପାର୍ଜନ କରୁଥିବାରୁ ସେମାନଙ୍କ ଭିତରେ ଗର୍ବ ଅହଙ୍କାର ବଢ଼ି ଯାଇଛି । ସେମାନେ ଭାବୁଛନ୍ତି ଖେଳର ସବୁ କିଛି ଜାଣିଛନ୍ତି । ତେଣୁ ସୁନିୟର ଖେଳାଳିଙ୍କ ପରାମର୍ଶ ଲୋଡୁ ନାହାନ୍ତି ।
ଏକ ସାକ୍ଷାତକାରରେ କପିଳ ଆହୁରି ମଧ୍ୟ କହିଛନ୍ତ କି ହୁଏତ ବର୍ତ୍ତମାନର ଖେଳାଳିମାନେ ଅନେକ କିଛି ଜାଣିଛନ୍ତି । ହେଲେ ସୁନୀଲ ଗାଭାସ୍କରଙ୍କ ଭଳି ବର୍ଷ ବର୍ଷ ଧରି କ୍ରିକେଟ୍‌ ଖେଳାଳି ଥିବା ପୂର୍ବତନ ଖେଳାଳିଙ୍କ ଠାରୁ କିଛି ପରାମର୍ଶ ନେଲେ ଅସୁବିଧା କଣ ହୋଇଯିବ ? ଅନେକ ଖେଳାଳି ନିଜ ଖେଳ ବେଳେ ବିଭିନ୍ନ ତ୍ରୁଟି କରୁଛନ୍ତି । ତ୍ରୁଟିଗୁଡ଼ିକ ଦୋହରାଉଛନ୍ତି । ହେଲେ କେବେବି ସିନିୟର ଖେଳାଳିମାନଙ୍କର ପରାମର୍ଶ ନେଉ ନାହାନ୍ତି । ନିଜ ଖେଳରେ ସୁଧାର ଆଣିବା ଲାଗି ସବୁ ବେଳେ ସୁଯୋଗ ରହିଥାଏ । କୌଣସି ବରିଷ୍ଠ ଖେଳାଳିଙ୍କ ପାଖକୁ ଗଲେ ସେ ନିଜର ଅଭିଜ୍ଞତା ବଳରେ ତାକୁ ସୁଧାରିବାର ପରାମର୍ଶ ଦେଇ ପାରିବେ । ହେଲେ ବର୍ତ୍ତମାନର କ୍ରିକେଟରମାନେ ଏସବୁ କରିବାକୁ ଆଗ୍ରହୀ ନୁହନ୍ତି ବୋଲି କପିଳ କହିଛନ୍ତି ।
କିମ୍ବଦନ୍ତୀ ଖେଳାଳି କପିଲ ଦେବଙ୍କ ନେତୃତ୍ୱରେ ଭାରତ ୧୯୮୩ରେ ପ୍ରଥମ ଥର କ୍ରିକେଟ୍‌ ବିଶ୍ୱକପ୍‌ ଜିତିଥିଲା । କପିଳଙ୍କ ଏହି ପ୍ରତିକ୍ରିୟା ପୂର୍ବରୁ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟର ଗାଭାସ୍କର କହିଥିଲେ ଯେ ଅତୀତରେ ସୁନ ତେନ୍ତୁଲକର, ରାହୁଲ ଦ୍ରାବିଡ଼, ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ଖେଳାଳି ତାଙ୍କ ପାଖକୁ ବ୍ୟାଟିଂ ପରାମର୍ଶ ନେବାକୁ ଆସୁଥିଲେ । ହେଲେ ଏବେକାର ଖେଳାଳି କେହିବି ଏଭଳି କିଛି କରୁ ନାହାନ୍ତି । ତୁମେ ନିଜ ଅଜାଣତରେ ବ୍ୟାଟିଂରେ କିଛି ଭୁଲ କରୁଥାଇ ପାର । ଯାହା ଜଣେ ସିନିୟର ଖେଳାଳି ହିଁ ତାକୁ ଠଉରାଇ ପାରିବ । ତେଣୁ ସେମାନଙ୍କ ପରାମର୍ଶ ଜରୁରୀ ବୋଲି ଗାଭାସ୍କର କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.