Below header

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ କଲେ ସୀମାଞ୍ଚଳଙ୍କ ବାପା ମା’, ଗାଁରେ ପ୍ରତୀକ ଦଶାହ କ୍ରିୟା କଲେ ସଂମ୍ପନ୍ନ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଡିଏନଏ ଟେଷ୍ଟ ସାରି ଘରକୁ ଫେରିଛନ୍ତି ସୀମାଞ୍ଚଳଙ୍କ ପରିବାରବର୍ଗ। କ୍ୟାପିଟାଲ ହସପିଟାଲରେ ଡିଏନଏ ଟେଷ୍ଟ ସାରି ଫେରିଲେ ତାଙ୍କ ବାପା ମା’। ବିସ୍ଫୋରଣକୁ ଦଶଦିନ ବିତିଯାଇଥିବା ବେଳେ, ଏ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ଗହଙ୍ଗୁ ଗ୍ରାମର ସୀମାଞ୍ଚଳ ପରିଡ଼ାଙ୍କ ସଂପର୍କରେ ସୂଚନା ଅସ୍ପଷ୍ଟ ରହିଛି।

ସରକାରୀ ସ୍ତରରେ ଡିଏନ୍‌ଏ ରିପୋର୍ଟ ଆସିବା ପରେ ସୀମାଞ୍ଚଳଙ୍କ ସଂପର୍କରେ ସମସ୍ତ ତଥ୍ୟ ମିଳିବ। ସେପଟେ ସୀମାଞ୍ଚଳଙ୍କ ପରିବାର ଲୋକେ ଆଜି ପ୍ରତୀକ ଦଶାହ କ୍ରିୟା ସଂପନ୍ନ କରିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଡିଏନ୍‌ଏ ଟେଷ୍ଟ ସରିବା ପରେ ବାପା ଓ ମା, ସୀମାଞ୍ଚଳ କାମକରୁଥିବା ସଂପୃକ୍ତ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଭେଟିବା ପାଇଁ ନେହୁରା ହୋଇଥିଲେ ମଧ୍ୟ ଦେଖାଦେଲେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.