ଆଜି ଡିନରରେ ଏହି ଉପାୟରେ ଘରେ ବନାନ୍ତୁ କୁଲଚା, ସ୍ୱାଦ ଏକଦମ ଜବରଦସ୍ତ

ଆବଶ୍ୟକୀୟ ସାମଗ୍ରୀ

  • ଦହି
  • ଅଟା
  • ଘିଅ
  • କଳାଜିରା
  • ଘିଅ
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ

କୁଲଚା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦହି 3 ରୁ 4 ଚାମଚ ନିଅନ୍ତୁ ।

ତାପରେ ସେଥିରେ ଅଟା ଓ ଲୁଣ ପକାଇ ଚକଟିବା ଆରମ୍ଭ କରନ୍ତୁ ।

ମନେରଖନ୍ତୁ ଏଥିରେ ଟିକିଏ ବି ପାଣି ମିଶାଇବେ ନାହିଁ ।

ଅଳ୍ପ ଚକଟିବା ପରେ ଶୁଖିଲା ହେଲେ ଆଉ ଅଳ୍ପ ଦହି ମିଶାଇ ଭଲଭାବେ ଚକଟନ୍ତୁ ।

ତାପରେ ଏଥିରେ ଟିକିଏ ତେଲ ପକାଇ ଅଧଘଣ୍ଟା ପାଇଁ ଘୋଡାଇ ରଖିଦିଅନ୍ତୁ ।

ଅଧଘଣ୍ଟା ପରେ ଏହାକୁ ଛୋଟ ଛୋଟ ଗୁଳା କରି ଟିକିଏ ମୋଟା ମୋଟା କରି ବେଲନ୍ତୁ ।

ତାପରେ ଏହି ରୁଟି ଉପରେ କଳାଜିରା ଓ ଧନିଆପତ୍ର ପକାଇ ତାକୁ ହାତରେ ଟିକେ ଟିକେ ପ୍ରେସ କରିଦିଅନ୍ତୁ ଯାହାକି ସେଥିରେ ଭଲଭାବେ ସେଟ ହୋଇଯିବ ।

ଶେଷରେ ପ୍ୟାନ ବସା ଏହାକୁ ଘିଅ ଲଗାଇ ଭଲଭାବେ ସେକି ଦିଅନ୍ତୁ ।

ପ୍ରସ୍ତୁତ ହୋଇଗଲା ଆପଣଙ୍କର ସ୍ୱାଦିଷ୍ଟ କୁଲଚା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.