ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ପର୍ଯ୍ୟଟକମାନଙ୍କୁ ସାଇକେଲରେ ବୁଲିବାକୁ ଅନୁମତି ମିଳିବ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାର ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଶିମିଳିପାଳ । ଚଳିତବର୍ଷ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୦୧ ରୁ ଖୋଲିବ । ଏନେଇ ବନ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ଉଠେଇବା ସହିତ ରାତ୍ରୀଯାପନ ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

similipal 3

ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ପିଠାବଟା  ଏବଂ ଯଶିପୁର ଦେଇ ପର୍ଯ୍ୟଟକ ଯାଇପାରିବେ । ପର୍ଯ୍ୟଟକମାନେ www.similipal.com କିମ୍ବା odisha tourism ଓବ୍ ସାଇଡ଼ରେ ମଧ୍ୟ ବୁକିଙ୍ଗ କରିପାରିବେ । ଚଳିତ ବର୍ଷ ଶିମିଳିପାଳ ରେ ରହୁଥିବା ପର୍ଯ୍ୟଟକ ମାନଙ୍କୁ ସାଇକେଲରେ ବୁଲିବାକୁ ଅନୁମତି ମିଳିପାରିବ। ଯେଉଁଥିରେ ପର୍ଯ୍ୟଟକ ମାନେ ପରିବେଶକୁ ଅତି ପାଖରୁ ଦେଖି ପାରିବେ

similipal

ସକାଳ ୬ ଟା ରୁ ୯ ଯାଏଁ  ପର୍ଯ୍ୟଟକଙ୍କୁ ଗେଟ୍ ମାନଙ୍କରେ ଅନୁମତି ଦିଆଯିବ । ନିଜ ନିଜ ଗାଡି ଏବଂ ସମସ୍ତଙ୍କ ନାମ ଗେଟ୍ ମାନଙ୍କରେ ଦାଖଲ କରାଇବେ । ଏବଂ କୋଭିଡ ଗାଇଡ ଲାଇନ ମାନିବାକୁ ପର୍ଯ୍ୟଟକଙ୍କୁ କୁହାଯାଇଛି। ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି । ଯେଉଁଠାରେ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ସାମଗ୍ରୀ ,ମାଦକ ଦ୍ରବ୍ୟ ,ଦୋହନଶିଳ ପଦାର୍ଥ ନେଇ ପାରିବେ ନାହିଁ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.