Below header

ଆସନ୍ତା ୧୮ରେ ବସିବ କଳାଧନ ପ୍ରସଙ୍ଗରେ ଗଠିତ SITର ଗୁୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ

କଟକ : ଆସନ୍ତା ୧୮ରେ କଟକରେ ବସିବ କଳାଧନ ପ୍ରସଙ୍ଗରେ ଗଠିତ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଟିମ୍‌-ଏସଆଇଟି ବୈଠକ । SIT ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରଜିତ ପଶାୟତ ବୈଠକରେ ସାମିଲ ହେବେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେବେ । ଗତବର୍ଷ ଜୁନ୍‌ ୧୬ରେ ଶେଷ ଥର ପାଇଁ ଏସ୍‌ଆଇଟି ବୈଠକ ବସିଥିଲା । ଏଯାଏ SITର ୭ଟି ବୈଠକ ଓଡ଼ିଶାରେ ବସିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଳାଧନ ପ୍ରସଙ୍ଗରେ ଏସଆଇଟି ଗଠନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.