ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଲୋଡିବେ ସବୁ ଦଳର ସହଯୋଗ

ଭୁବନେଶ୍ବର : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସେ ବୈଠକ ଡାକିଛନ୍ତି । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି । ସେହିପରି ନବ ନିର୍ବାଚିତ ବିଧାୟକଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଜୁନ ୨୫ରୁ ଆରମ୍ଭ ହେବ। ଆସନ୍ତା ୨୫ରେ ଗୃହରେ ରାଜ୍ୟପାଳ ଅଭିଭାଷଣ ଦେବେ । ୨୭ରେ ଉପ-ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ଜୁନ୍‌ ୨୮ରେ ଆସିବ ରାଜ୍ୟ ବଜେଟ୍‌ । ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ତାରିଖ ଯାଏ ଅଧିବେଶନ ଚାଲିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.