ସୁନା-ହୀରା ଖଚିତ ଘଣ୍ଟା ପିନ୍ଧନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଦାମ୍ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍

ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨୭ ବଲରେ ୪୮ ରନର ଧମାକାଦାର ପାରି କରି ଚର୍ଚ୍ଚାରେ ତ ଅଛନ୍ତି କିନ୍ତୁ ଆଜିକାଲି ହାର୍ଦ୍ଦିକ ନିଜର ଦାମି ସଉକ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ହାର୍ଦ୍ଦିକଙ୍କର ଲଗଜୁରୀ ବ୍ରାଣ୍ଡ ପ୍ରତି ଆକର୍ଷଣ ରହିଛି ବୋଲି କାହାକୁ ଅଛପା ନାହିଁ। କାରଣ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।

hardhikଏକ ଲକ୍ଷ ଟଙ୍କାର ଲୋଇସ ଭୁଇଟନ୍ସର ସାର୍ଟ ହେଉ କିମ୍ବା ୮୫,୦୦୦ ଟଙ୍କାର ସ୍ନିକର୍ସ, ହାର୍ଦ୍ଦିକ ନିଜର ଜୋରଦାର ଡ୍ରେସିଂ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଏବେ ହାର୍ଦ୍ଦିକ ନିଜର ଦାମି ଘଡି କାରଣରୁ ଚର୍ଚ୍ଚାରେ ଅଛନ୍ତି।

ଚଳିତ ଥର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିଜେତା ହୋଇଥିଲା। ଆଇପିଏଲର ବିଜେତାର ଟ୍ରଫି ସହିତ ହାର୍ଦ୍ଦିକଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଏହି ଫଟୋରେ ସମସ୍ତଙ୍କ ଧ୍ୟାନ ଯାଉଛି ହାର୍ଦ୍ଦିକଙ୍କ ଘଣ୍ଟା ଉପରେ। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ।

watchହାର୍ଦ୍ଦିକ ଧଳା ସୁନା ଏବଂ ହୀରା ଖଚିତ ଥିବା ଫିଲିପ୍ ନଟିଲସ୍ ବ୍ରାଣ୍ଡର ଘଣ୍ଟା ଏକ ଘଣ୍ଟା ପିନ୍ଧିଥିବା ଦେଖାଯାଉଛି। ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ହାର୍ଦ୍ଦିକ ହାତରେ ଘଣ୍ଟା ପିନ୍ଧି ଟ୍ରଫି ଉଠାଉଥିବା ନଜର ଆସିଛନ୍ତି। ସେହି ଘଣ୍ଟାର ଦାମ ହେଉଛି ୩ କୋଟି ଟଙ୍କା। ଅବଶ୍ୟ ଏହା ପ୍ରଥମ ଥର ନୁହେଁ ଯେ ହାର୍ଦ୍ଦିକ ଦାମି ଘଣ୍ଟା ପିନ୍ଧିଛନ୍ତି। ସେ ମହଙ୍ଗା ଘଣ୍ଟାର ସଉକ ରଖନ୍ତି ଏବଂ ଲଗାତର ଦାମି ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଥାଏ। ସୋସିଆଲ ମିଡିଆରେ ତାଙ୍କ ଫଟୋ ବହୁତ ଚର୍ଚ୍ଚାରେ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.