ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲା: ସରୋଜ ସେଠୀର ମାଆ ଓ ଉଭଣୀକୁ ଅଜ୍ଞାତ ସ୍ଥାନରେ ଜେରା କରି ଛାଡିଦେଲା SIT

କେନ୍ୟୁଜ୍(ବ୍ୟୁରୋ):  ନୟାଗଡ଼ ନାବାଳିକା ପରୀ ହତ୍ୟା ମାମଲାରେ ଏସଆଇଟି ହେପାଜତରେ ସରୋଜ ସେଠୀ । କିନ୍ତୁ ତାଙ୍କ ମାଆ ଓ ଉଭଣୀକୁ ଛାଡ଼ିଛି ଏସଆଇଟି । ସେମାନଙ୍କୁ ଆଜି ଯଦୁପୁର ଗାଁରୁ ଉଠାଇ ନେଇଥିଲା । ୧୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା । ସରୋଜ ଏବେ ବି ଏସଆଇଟି ହେପାଜତରେ ଅଛନ୍ତି । ତାଙ୍କୁ ଭୁବନେଶ୍ୱରର କୌଣସି ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ସୂଚନା ମିଳିଛି । ସମସ୍ତଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ମାରାଥନ୍‌ ଜେରା ପରେ ସରୋଜଙ୍କ ମାଆ ଓ ଉଭଣୀଙ୍କୁ ଛାଡ଼ିଛି ଏସଆଇଟି ।

ଆଜି ସକାଳ ୬ଟାରେ ଗାଁରେ ପହଞ୍ଚି ସରୋଜ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଥିଲା ଏସଆଇଟି । ଯଦୁପୁରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ବିଭିନ୍ନ ଦିଗରୁ ମାମଲାର ତଦନ୍ତ ସହ ଏସଆଇଟି ଗାଁର ୨୮ ଜଣ ବ୍ୟକ୍ତିଙ୍କ ରକ୍ତ ନମୁନା ସଂଗ୍ରହ କରି ଟେଷ୍ଟ କରିଥିଲା । ନିଖୋଜ ପୂର୍ବରୁ ସରୋଜଙ୍କ ଘରକୁ ଯାଇଥିଲା । ମାମଲାର ତଦନ୍ତ କରିବା ସହ ସରୋଜଙ୍କ ମୋବାଇଲ ଫୋନ୍‌ ଜବତ କରିଥିଲା ଏସଆଇଟି । ସରୋଜଙ୍କ କପଡା ଓ ଆଉ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ପୂର୍ବରୁ ସରୋଜଙ୍କୁ ଜେରା କରିଥିଲା ଏସଆଇଟି । ଏବେ ସରୋଜକୁ ଗିରଫ କରାଯିବ ନା ନାହିଁ ତାକୁ ନେଇ ଲାଗି ରହିଛି ସସପେନସ ।

Leave A Reply

Your email address will not be published.