Below header

ତିତ୍‌ଲି ପରେ ବନ୍ୟା ଓ ବାତ୍ୟାରେ ୨୬ଜଣଙ୍କ ମୃତ୍ୟୁ, ୧୬ ଜିଲ୍ଲାରେ ୫୭ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ବର(କେନ୍ଯୁଜ୍) : ତିତ୍‌ଲି ପରେ ବନ୍ୟା ଓ ବାତ୍ୟାରେ ୨୬ଜଣଙ୍କ ମୃତ୍ୟୁ ହୋଇଛି । ୧୮ଜଣ ଗଜପତିରେ, କଟକ ଓ ଅନୁଗୁଳରେ ୨, ଗଞ୍ଜାମରେ ୩, କନ୍ଧମାଳ ଓ କେନ୍ଦୁଝରରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ନୟାଗଡ଼ରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ୧୬ ଜିଲ୍ଲାରେ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୧.୪୮ ଲକ୍ଷ ହେକ୍ଟର ଧାନ ଚାଷ ଜମି ନଷ୍ଟ ହୋଇଛି। ୬୫ ହଜାର ଏକର ଅଣଧାନ ଜମି ନଷ୍ଟ ହୋଇଛି। ୧ହଜାର ୬୧୪ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇ ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। ବିପନ୍ନଙ୍କୁ ୧୦୦୦ଟଙ୍କା ଦିଆଯାଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି।

roadଅନ୍ଯପଟେ ବାତ୍ୟା ତିତିଲି ପ୍ରଭାବରେ ଧୋଇ ଯାଇଥିବା ରାସ୍ତାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ବାତ୍ୟା ପରେ ବନ୍ୟାପାଣି ଆସି ସୋରଡା ସହର ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା। ଦାରିଙ୍ଗବାଡି ରାସ୍ତା ୧ କିଲୋମିଟର ପର୍ଯ୍ଯନ୍ତ ଧୋଇଯିବା ସହ ୫୦୦ମିଟର ସମ୍ପୂର୍ଣ୍ଣ ଖରାପ ହୋଇଯାଇଥିଲା। ତେବେ ଯୁଦ୍ଧକାଳନୀ ଭିତ୍ତିରେ କାମ ଆରମ୍ଭ କରିଛନ୍ତି। ୪ଟି ଜେସିବି ମେସିନ୍‌,୧୫ଟି ଟ୍ରାକ୍ଟର ଲଗାଯାଇ ରାସ୍ତା ମରାମତି କରାଯାଉଛି। ଆଜି ସୁଦ୍ଧା ରାସ୍ତା କାମ ଶେଷ କରି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗାଇବାକୁ  ପ୍ରଶାସନ ଚେଷ୍ଟା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.