ପୋଲ ତଳୁ ମିଳିଲା ମଣିଷ ପାଦ ଓ ପଞ୍ଜରାହାଡ଼ କଙ୍କାଳ

ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି ।

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଗ୍ରାମର ଶ୍ମଶାନ ନାଳରେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଅମ୍ବାଦଳା ଗ୍ରାମର ଜଣେ ଯୁବକ ଦିନ ୧୧ଟା ସମୟରେ ମଶାଣି ନାଳ ନିକଟକୁ ଯାଇଥିବା ସମୟରେ ନାଳରେ ରହିଥିବା ପୋଲ ତଳେ ଏକ ମଣିଷ ପାଦ ଓ ପଞ୍ଜରା ହାଡ଼ କଙ୍କାଳ ଦେଖିବାକୁ ପାଇଥିଲେ ।

ଏନେଇ ଯୁବକ ଜଣକ ଅମ୍ବାଦଳା ଥାନାକୁ ଲିଖିତ ଭାବେ ଜଣାଇଥିଲେ । ଏହାପରେ ପୋଲିସ ସେଠାରେ ପହଂଚି ତାକୁ ଜବତ କରି ତଦନ୍ତ ଜାରି ରଖିଛି । ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡ଼ିବ ।