ଇ-କମର୍ସ ସାଇଟରୁ କିଣନ୍ତୁ ସ୍ମାର୍ଟଟିଭି, ମିଳୁଛି ଭାରି ଡିସକାଉଣ୍ଟ

ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍‌ ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି ।

ଯଦି ଆପଣ ଏହି ପାର୍ବଣ ଋରୁରେ ସ୍ମାର୍ଟଟିଭି କିଣିବା ପାଇଁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ବେଷ୍ଟ ଟାଇମ୍‌ । କାରଣ ସାରା ଭାରତରେ ବର୍ତ୍ତମାନ ଇ-କମର୍ସ ସାଇଟ ଗୁଡ଼ିକରେ ଫେଷ୍ଟିଭ୍‌ ସେଲ୍‌ ଆରମ୍ଭ ହୋଇଯାଇଛି, ଯେଉଁଥିରେ ସ୍ମାର୍ଟଟିଭି ଗୁଡ଼ିକରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦିଆଯାଉଛି । ଏହି ଅଫରରେ ସାଓମି, ଏଲ୍‌ ଜି, ସାମସଙ୍ଗ୍‌ ସମେତ ଅନ୍ୟ କମ୍ପାନୀମାନେ ମଧ୍ୟ ସ୍ମାର୍ଟଟିଭି ଗୁଡ଼ିକରେ ଭାରି ଡିସକାଉଣ୍ଟ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଫର ବିଷୟରେ ।

Redmi F Series 4K Ultra :
Redmiର ଏହି ଟିଭି ୪୩ ଇଞ୍ଚ ରହିଛି ଏବଂ ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ରୁ ଅଧିକ ଆପ୍ ଏବଂ ୟୁଟ୍ୟୁବ୍ ସହିତ ଅନ୍ୟାନ୍ୟ OTT ପ୍ଲାଟଫର୍ମର ଆକ୍ସେସ ମିଳିବ । ଏହା ସହିତ ଯଦି ଆପଣ ଆମାଜନରୁ Redmi F Series 4K Ultra କିଣନ୍ତି ତେବେ ଆପଣଙ୍କୁ ଫ୍ରି ଡେଲିଭରୀ, ୧୦ ଦିନର ରିପ୍ଲେସମେଣ୍ଟ ୱାରେଣ୍ଟି, ଗୋଟିଏ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ମିଳିବ । ଏହି ସ୍ମାର୍ଟ ଟିଭିର ମୂଳ ଦାମ ୪୨,୯୯୯ ଟଙ୍କା ଯାହାକୁ ଆପଣ ମାତ୍ର ୨୦,୯୯୯ ଟଙ୍କାରେ କିଣି ପାରିବେ ।

Acer Series 4K Ultra HD TV :
Acerର ଏହି ସ୍ମାର୍ଟ ଟିଭିର ମୂଳ ଦାମ ହେଉଛି ୩୯,୯୯୯ ଟଙ୍କା କିନ୍ତୁ ଆପଣ ଏହାକୁ ୨୦,୯୯୯ ଟଙ୍କାରେ କିଣି ପାରିବେ । ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ରୁ ଅଧିକ ଆପ୍‌ ସହିତ ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମକୁ ଆକ୍ସେସ ମିଳିବ । ଏହି ସ୍ମାର୍ଟଟିଭିକୁ କିଣିଲେ ଆପଣଙ୍କୁ ଫ୍ରି ଡେଲିଭରୀର ସୁବିଧା ମିଳିବ । ଏହା ସହିତ ଆପଣଙ୍କୁ ୱାରେଣ୍ଟି ମଧ୍ୟ ମିଳିବ ।

Samsung Wondertainment Series HD Ready LED Smart TV :
ସାମସଙ୍ଗ୍‌ର ଏହି ଟିଭିର ଅରିଜିନାଲ୍‌ ପ୍ରାଇସ୍‌ ୨୨,୯୦୦ ଟଙ୍କା କିନ୍ତୁ ଡିସକାଉଣ୍ଟ ପାଇଁ ଆପଣ ଏହାକୁ ମାତ୍ର ୧୦,୯୯୦ ଟଙ୍କାରେ କିଣି ପାରିବେ । ଏଥିରେ ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ, ଜିଓ ସିନେମା ଏବଂ ୧୨,୦୦୦ ଅଧିକ ଆପ୍‌ ସହିତ ୟୁଟ୍ୟୁବ ଏବଂ ଅନ୍ୟାନ୍ୟ OTT ପ୍ଲାଟଫର୍ମକୁ ଆକ୍ସେସ ମିଳିବ । ଫ୍ରି ଡେଲିଭରି ସହିତ ଆପଣଙ୍କୁ ୱାରେଣ୍ଟି ମଧ୍ୟ ମିଳିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.