ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ୍ଷାବୃତ୍ତି କରୁଛନ୍ତି ଦୁଇ ଭାଇ ଭଉଣୀ

ଆପଣ ମାନଙ୍କ ସାହାଯ୍ୟ ଅର୍ଥରେ ବାପାଙ୍କ ଶୁଦ୍ଧିକ୍ରିୟା କରିବୁ। ଆମେ ବହୁତ ଗରିବ ଲୋକ । ଏମିତି କହି କାନ୍ଦି କାନ୍ଦି ଦୁଇ ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ନିଜ ବାପାର ଶୁଦ୍ଧିକ୍ରିୟା କରିବା ପାଇଁ । ଏମାନଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଇଁ ଗୁହାରୀ ଶୁଣିଲେ ସମସ୍ତଙ୍କ ଆଖି ଛଳ ଛଳ ହୋଇଯିବ ।

ଜଳେଶ୍ୱର(କେନ୍ୟୁଜ୍): ଜେଜେମା, କାକି ମା, ଠାକୁ ମା କିଏ ଆମକୁ କିଛି ଦିଅନ୍ତୁ ଆଜ୍ଞା, ଆପଣ ମାନଙ୍କ ସାହାଯ୍ୟ ଅର୍ଥରେ ବାପାଙ୍କ ଶୁଦ୍ଧିକ୍ରିୟା କରିବୁ। ଆମେ ବହୁତ ଗରିବ ଲୋକ । ଏମିତି କହି କାନ୍ଦି କାନ୍ଦି ଦୁଇ ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ମାଗୁଛନ୍ତି ନିଜ ବାପାର ଶୁଦ୍ଧିକ୍ରିୟା କରିବା ପାଇଁ । ଏମାନଙ୍କ ବୁକୁ ଫଟା କାନ୍ଦ ଆଉ ସହାୟତା ପାଇଁ ଗୁହାରୀ ଶୁଣିଲେ ସମସ୍ତଙ୍କ ଆଖି ଛଳ ଛଳ ହୋଇଯିବ ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ପହଣା ଗ୍ରାମରେ ବସବାସ କରନ୍ତି ରବିନ୍ଦ୍ର ମୁଖୀଙ୍କ ପରିବାର। ନିଜର ଜମିବାଡି କିଛି ନଥିବାରୁ ରବିନ୍ଦ୍ର ପର ଘରେ ମୂଲ ଲାଗି କଷ୍ଟେ ମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ । କିଛି ବର୍ଷ ପୂର୍ବରୁ ରବୀନ୍ଦ୍ରଙ୍କ ବଡପୁଅ ରୋଗରେ ପଡି ଅର୍ଥାଭାବରୁ ଚିକିତ୍ସିତ ହୋଇ ନପାରି ମୃତ୍ୟୁ ବରଣ କରିଥିବା ବେଳେ ଗତ ୭ ଦିନ ପୂର୍ବରୁ ଅଜଣା ରୋଗରେ ପିଡୀତ ହୋଇ ରବିନ୍ଦ୍ର ବି ଆଖି ବୁଜି ଦେଲେ । ଘରେ ଏବେ ଦୁଇ ନାବାଳକ ଭାଇ ଭଉଣୀ, ରବିନ୍ଦ୍ର ଙ୍କ ସ୍ତ୍ରୀ ଏବଂ ବୁଢୀ ମା ବସି ଲୁହ ଗଡାଉଛନ୍ତି । ହଠାତ ବାପା ଙ୍କ ମୃତ୍ୟୁ ପରେ ଏବେ ଖାଇବାକୁ ବି ଘରେ ଦାନା ମୁଠେ ନାହିଁ । ନିଜ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ଭୋକ ଉପାସରେ ପଡି ରହିଛନ୍ତି । ଏମିତିକି ବାପାଙ୍କ ଅନ୍ତେଷ୍ଟିକ୍ରିୟା କରିବା ପାଇଁ ଘରେ ଟଙ୍କାଟିଏ ନଥିବାରୁ ଦୁଇ ନାବାଳକ ଭାଇ ଭଉଣୀ ଘର ଘର ବୁଲି ଭିକ୍ଷା ବୃତ୍ତି କରୁଛନ୍ତି। ଏମାନଙ୍କ ବୁକୁ ଫଟା କାନ୍ଦ ଦେଖି ସାହି ପଡିଶା ବି କାନ୍ଦି ପକାଉଛନ୍ତି।

ପରିବାରର ଏକମାତ୍ର ରୋଜଗାରକ୍ଷମ ରବିନ୍ଦ୍ର ଗଲା ପରେ ସତେ ଯେମିତି ଏହି ପରିବାର ଉପରେ ଦୁଃଖର ପାହାଡ ଖସି ପଡିଛି । ଖେଳକୁଦ ଓ ପାଠପଢା ବୟସରେ ବାପାଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ଭିକ୍ଷାବୃତ୍ତିକୁ ଆପଣେଇ ନେଇଛନ୍ତି । କିଏ ଚାଉଳ ଦେଉଛି ତ କିଏ ଟଙ୍କା ଦେଉଛି, ଯିଏ ଯାହା ସକ୍ଷମ ମୁତାବକ ସାହାଯ୍ୟ କରୁଛନ୍ତି। ଏହି କୁନି ଭାଇ ଭଉଣୀଙ୍କ ଦୁଖଃ ଦେଖି ସାହି ପଡିଶାଙ୍କ ଆଖି ଛଳ ଛଳ ହୋଇ ଯାଉଛି । ମୃତ ରବିନ୍ଦ୍ର ଙ୍କ ସ୍ତ୍ରୀ ବି ରୋଗାଗ୍ରସ୍ତ ହୋଇ ଚଲାବୁଲା କରି ପାରୁନଥିବା ବେଳେ ବୁଢୀ ମା ଜଣକ ମଧ୍ୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ହୋଇ ଗୋଟିଏ ଜାଗାରେ ବସି ରହିଛନ୍ତି। ଏଭଳି ଅବସ୍ଥାରେ ଏହି ଦୁଇ ଛୋଟ ଛୋଟ ଭାଇ ଭଉଣୀଙ୍କ ମୁଣ୍ତ ରେ ପଡିଛି ପରିବାରର ବୋଝ। ଯାହା ଫଳରେ ନିଜର ଭବିଷ୍ୟତ ଏବଂ ପାଠପଢା କୁ ପଛରେ ପକାଇ ଭିକ୍ଷାବୃତ୍ତି କୁ ଆପଣେଇ ନେଇଛନ୍ତି ଦୁଇ ଭାଇ ଭଉଣୀ।

ଏହି ଅସହାୟ ପରିବାର କୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହାଲେ ଏହି ପରିବାର ଉପକୃତ ହୋଇ ପାରନ୍ତା । ଆମେ ମଧ୍ୟ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ। କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି। ଏବେବି ଆପଣ ମାନଙ୍କ ସହଯୋଗ ଏହି ଅସାହାୟ ପରିବାର ମୁହଁରେ ହସ ଫୁଟାଇବାରେ ସାହଯ୍ୟ କରିବ ବୋଲି ଆଶା କରୁଛୁ । ଯଦି କେହି ସହୃଦୟ ବଦାନ୍ୟ ବ୍ୟକ୍ତି ଏହି ପରିବାରକୁ ସାହଯ୍ୟ କରିବାକୁ ଚାହାନ୍ତି ତାହାଲେ ତାଙ୍କ ମା’ଙ୍କ ଫୋନ ପେ ନମ୍ବରରେ ଟଙ୍କା ପଠାଇ ପାରିବେ ।

NAME -ASHAMANI MUKHI
PHONE PAY – 7609053758
MOBILE – 7609053758