ଗଂଜାମ: ଏବେ ପୁଣି ବିଲରେ ଖେଳିଲେ ଚୁନା ମାଛ, ଉତ୍ସାହିତ ଚାଷୀ
ଗଂଜାମ: ଆଗରୁ ଗାଁ ଗହଳିରେ ପଖାଳ ସହ ଟିକେ ଚୁନା ମାଛ ହୋଇଗଲେ କଂସେ ପଖାଳ ଆରାମରେ ଖାଇ ହୋଇଯାଉଥିଲା। ଚୁନା ମାଛ ପାଇଁ ପୋଖରୀ କିମ୍ବା ଗାଡ଼ିଆ ଉପରେ ନିର୍ଭର କରିବାକୁ ପଡୁନଥିଲା ବରଂ ବିଲରେ ଅତି ସହଜରେ ମିଳୁଥିଲା।
ବର୍ଷା ହେଲେ ଚାଷୀ ତରତର ହୋଇ ବେନ୍ଥ ଧରି ଜମିକୁ ଦୌଡୁଥିଲେ କାରଣ ସେତେବେଳେ ଚାଷ ଜମିରେ ମିଳୁଥିଲା ଚୁନା ମାଛ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ସମୟରେ ଭଲ ଅମଳ ଆଶାରେ ଜମିରେ ରାସାୟନିକ ସାର ଓ ଔଷଧ ପକାଯାଉଛି। ଫଳରେ ଆଗ ଭଳି ଆଉ ବିଲରୁ ଚୁନା ମାଛ ମିଳୁନାହିଁ। ଏହା ସହ ଅନିୟମିତ ବର୍ଷା ଯୋଗୁ ମଧ୍ୟ କେନାଲରେ ଠିକ୍ ପରିମାଣରେ ପାଣି ଆସୁନି।
ତେବେ ଚଳିତବର୍ଷ ବିଳମ୍ବରେ ହେଲେ ମଧ୍ୟ ବର୍ଷା ଯୋଗୁଁ କେନାଲ ଓ ଜମିରେ ପାଣି ଭର୍ତ୍ତି ହୋଇଛି। ଏହି ଜମିରୁ ଲୋକେ ଚୁନା ମାଛ ମଧ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି।
ଗଂଜାମରୁ ରବୀନ୍ଦ୍ର ଡାକୁଆ, କେ ନିୟୁଜ ଓଡ଼ିଶା