ବୋହୂକୁ ବିଷ ପିଆଇ ମାରିଦେଲେ ଯୌତୁକ ରାକ୍ଷସ, ନାତୁଣୀ ଉପରେ ବି ଆସିଲାନି ଦୟା

ଯୌତୁକ ପ୍ରଥା ରୋକିବା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ଆଇନ କାଯ୍ୟର୍କାରୀ ହୋଇଛି। କିନ୍ତୁ ଏବେ ବି ସମାଜରେ ଯୌତୁକ ନାଁରେ ମହିଳାଙ୍କ ସହିତ ଅତ୍ୟନ୍ତ ଦୁର୍ବ୍ୟବହାର କରାଯାଉଛି। ଯୌତୁକ ପାଇଁ ସେମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି। ନିକଟରେ ବିହାରର ଔରଙ୍ଗାବାଦରେ ଘଟିଥିବା ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଘଟଣା ଏପରି ହୃଦୟ ବିଦାରକ ଯେ କେବଳ ମହିଳା ନୁହେଁ, ବରଂ ତାଙ୍କ ଦେଢ଼ ବର୍ଷର ଝିଅକୁ ବି ଜୀବନରୁ ମାରି ଦିଆଯାଇଛି।

ଯୌତୁକ ନ ମିଳିବାରୁ ଶାଶୁଘର ଲୋକେ ୨୨ ବର୍ଷୀୟା ମହିଳା ଆରତିଙ୍କ ସହ ନାତୁଣୀ ଗୁଡ୍ଡିକୁ ବିଷ ଦେଇ ହତ୍ୟା କରିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି, ବିବାହ ପରେ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିଲେ। ବାପଘରୁ ୧ ଲକ୍ଷ ଟଙ୍କା ଏବଂ ସୁନାଚେନ୍‌ ଆଣିବା ପାଇଁ ଦାବି କରୁଥିଲେ। ଏହା ନ ମିଳିବାରୁ ସେମାନେ ବୋହୂ ଏବଂ ନାତୁଣୀକୁ ବିଷ ଦେଇ ମାରିଦେଇଛନ୍ତି। ଘଟଣାଟି ଗୁରୁବାର ରାତିରେ କୁଟୁମ୍ବା ଥାନା ଅଧୀନ ବହେରା ଗାଁରେ ଘଟିଛି।

crime1

ଏହାସହ ପଢ଼ନ୍ତୁ: ନିଜ ପ୍ରେମିକଙ୍କ ସହିତ ଏମିତି କଲେ ପ୍ରେମିକା, କୋର୍ଟ ଶୁଣାଇଲେ ୧୩ ବର୍ଷ ଜେଲ୍‌ ଦଣ୍ଡାଦେଶ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଦ୍ୱୟକୁ ଜବତ କରି ନିକଟସ୍ଥ ସଦର ହସ୍ପିଟାଲ ପଠାଇଥିଲା। ଏ ନେଇ ଆରତିଙ୍କ ଭାଇ ଅମରେଶ ଭିଣୋଈ ରାଜେଶ କୁମାର, ଶ୍ୱଶୁର ଦୁଧେଶ୍ୱର ମେହେତା ଓ ଦିନେଶ ମେହେତାଙ୍କ ନାଁରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

ଅମରେଶଙ୍କ ଅଭିଯୋଗ ଅନୁଯାୟୀ, ଭିଣୋଈ ଭଉଣୀକୁ ବିଷ ଦେଇ ମାରିଥିବା ଘଟଣାକୁ ଲୁଚେଇବାକୁ ଚେଷ୍ଟା କରିଥିଲେ। ଭଉଣୀ ଅସୁସ୍ଥ ହୋଇଥିବା ନାଟକ ରଚି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଦେଇଥିଲେ। ଏହାପରେ ସେ ମୋତେ ଫୋନ୍‌ କଲ୍‌ କରି ତୁମ ଭଉଣୀ ଏବଂ ଭାଣିଜୀ ଅସୁସ୍ଥ ଅଛନ୍ତି ବୋଲି କହିଥିଲେ। ଖବର ପାଇ ଆମେ ରାତିରେ ହସ୍ପିଟାଲରେ ପହଞ୍ଚିଥିଲୁ। ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲୁ ଦୁଇଜଣଙ୍କୁ ମୃତ ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ହସ୍ପିଟାଲର ଜଣେ କର୍ମଚାରୀ କହିଥିଲେ, ଉଭୟଙ୍କ ମୃତ୍ୟୁ ବିଷ ଖାଇବା ଯୋଗୁ ହୋଇଛି।