Below header

ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଏହି ଖେଳାଳୀଙ୍କୁ ଉଚ୍ଚ ପ୍ରଶଂସା କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜଣେ ଖେଳାଳୀଙ୍କ ବିଷୟରେ କହିଛନ୍ତି। ଏହା ପରଠୁ ସେହି ଖେଳାଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଋଷିଆନ୍‌ ଟେନିସ୍‌ ଷ୍ଟାର ଡେନିଲ୍‌ ମେଦବେଦେବଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି।

ଡେନିଲ୍‌ଙ୍କ ପ୍ରଶଂସା କରି ମୋଦି କହିଛନ୍ତି ଯେ, ମେଦବେଦେବ ନିଜ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି ଲୋକଙ୍କ ସାମ୍ନାରେ ମାନବିକତାର ପରିଚୟ ଦେଇଛନ୍ତି ଯାହା ତାଙ୍କୁ ବେଶ୍‌ ପ୍ରଭାବିତ କରିଛି। ୨୦୧୯ ୟୁଏସ୍‌ ଓପନର ଫାଇନାଲରେ ମେଦବେଦେବଙ୍କୁ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଫାଇନାଲରେ ସ୍ପେନିଶ ଷ୍ଟାର ରାଫେନ୍‌ ନଡ଼ାଲଙ୍କ ଠାରୁ ସେ ହାରିଥିଲେ। ମାତ୍ର ହାରିବା ପରେ ବି ସେ ବିଜୟୀ ଖେଳାଳୀଙ୍କୁ ପ୍ରଶଂସା କରିବାକୁ ଭୁଲିନଥିଲେ।

ପ୍ରଧାନମନ୍ତ୍ରୀ ମେଦବେଦେବଙ୍କ କ୍ରୀଡ଼ାବିତ୍‌ ଭାବନାର ସୁନ୍ଦର ଉଦାହରଣ ଦେଇ କହିଛନ୍ତି ଯେ ହାରିବା ପରେ ମଧ୍ୟ ସେ ବିଜୟୀ ଖେଳାଳୀ ରାଫେଲଙ୍କ ପ୍ରଶଂସା କରିଥିଲେ। ସେହିଭଳି ଜିତିବା ପରେ ନଡ଼ାଲ ମଧ୍ୟ ମେଦବେଦେବଙ୍କ ପ୍ରଶଂସା କରିଥିଲେ। ମୋଦିଙ୍କ କହିବାନୁସାରେ ଗୋଟିଏ ମୁକାବିଲାରେ ପରାଜୟ ବରଣ କରିଥିବା ବ୍ୟକ୍ତିଙ୍କ ଜୋଶ ଏବଂ ବିଜୟୀଙ୍କ ବିନମ୍ରତା ଦେଖି ସେ ଅତ୍ୟନ୍ତ ଖୁସି ହୋଇଥିଲେ।

ଏହାସହ ପଢ଼ନ୍ତୁ: ଦୌଡ଼ରେ ଜିତିପାରିଲେନି, କିନ୍ତୁ ଏମିତି କାମ କରି ଲୋକଙ୍କ ହୃଦୟ ଜିତିଗଲେ ଖେଳାଳୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.