ପୁରୀ: ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲାଙ୍କ ଫାୟରିଂ ଘଟଣାରେ ୪ ଜଣ ଗିରଫ

ପୁରୀ(କେନ୍ୟୁଜ୍): ପୁରୀରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବ୍ଲାଙ୍କ ଫାୟରିଂ ଘଟଣାରେ ୪ ଜଣ ଗିରଫ। ଉତ୍ତରପ୍ରଦେଶରେ ୩ ଜଣ ଅଙ୍ଗରକ୍ଷୀଙ୍କ ସମେତ ଆୟୋଜକ ନାରାୟଣ ସାହୁଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ୨ଟି ବନ୍ଧୁକ। ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ଉମାଶଙ୍କର ଦାସ। ଗତ ୨୭ ତାରିଖ ଦିନ ନୃତ୍ୟଗୀତ ମଉଜ ବେଳେ ପୁରୀ ଟାଉନ ଥାନା ଅନ୍ତର୍ଗତ ଏକ ମଣ୍ଡପରେ ଫାଙ୍କା ଗୁଳି ଚାଳନା ହୋଇଥିଲା। ଫୁଟିଥିଲା ସାତ ରାଉଣ୍ଡ ଗୁଳି। ସେତେବେଳେ ସେଠାରେ ଶହ ଶହ ଦର୍ଶକ ଉପସ୍ଥିତ ଥିଲେ। ଏସମ୍ପର୍କିତ ଭିଡ଼ିଓ ଭାଇରାଲ୍‌ ହେବା ପରେ ନିଜ ଆଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.