ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରି ସୁଟ୍‌କେଶରେ ପ୍ୟାକ୍‌ କରିଦେଲେ ଡେଣ୍ଟିଷ୍ଟ୍‍, କାର୍‌କୁ ଧକ୍କା କରାଇ ନିଜେ କଲେ ଆତ୍ମହତ୍ୟା

ଜଣେ ଡେଣ୍ଟିଷ୍ଟ୍‍ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପ୍ୟାକ୍‌ କରିଦେଲେ ଏକ ସୁଟ୍‌କେଶରେ। ଆଉ ଏହାପରେ ତାଙ୍କୁ ଖୋଜିବାର ନାଟକ ରଚିଲେ। ସୁଦୂର ସିଡ୍‌ନୀରେ ଘଟିଥିବା ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପ୍ରବାସୀ ଭାରତୀୟ ୩୨ ବର୍ଷୀୟା ପ୍ରୀଥି ରେଡ୍ଡୀଙ୍କୁ ହତ୍ୟା କରି ଅଭିଯୁକ୍ତ ଜଣକ ପ୍ରୀଥିଙ୍କ ପରିବାର ସହ ମିଶି ତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ। ଘଟଣାର ୬ ମାସ ପରେ ଏବେ ମୃତାଙ୍କ ଭଉଣୀ ନିଥ୍ୟା ଅଭିଯୁକ୍ତଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି।

cr1

pic11

ଏକ ଗଣମାଧ୍ୟମର ରିପୋର୍ଟ ମୁତାବକ, ୨୦୧୯ ମାର୍ଚ୍ଚରେ ପ୍ରୀଥିଙ୍କ ମୃତଦେହ ସିଡ୍‌ନୀରେ ଏକ ସୁଟ୍‌କେଶରୁ ମିଳିଥିଲା। ଏହାପରେ ତାଙ୍କ ପୂର୍ବତନ ପ୍ରେମିକ ହର୍ଷବର୍ଦ୍ଧନ ନାରଦେଙ୍କ ଉପରେ ସନ୍ଦେହ ବଢ଼ିଯାଇଥିଲା। ସେ ହିଁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିଲା। କିନ୍ତୁ ଏହାପୂର୍ବରୁ ହର୍ଷବର୍ଦ୍ଧନ ଆତ୍ମହତ୍ୟା କରିସାରିଥିଲେ।

ଏହାସହ ପଢ଼ନ୍ତୁ: ବୋହୂକୁ ବିଷ ପିଆଇ ମାରିଦେଲେ ଯୌତୁକ ରାକ୍ଷସ, ନାତୁଣୀ ଉପରେ ବି ଆସିଲାନି ଦୟା

pic44

ପ୍ରୀଥି ନିଜେ ଜଣେ ଡାକ୍ତର ଥିଲେ। ତାଙ୍କ ପରିବାର ତେଲେଙ୍ଗାନା ନିବାସୀ ଥିଲେ। ପ୍ରୀଥିଙ୍କ ଭଉଣୀ ନିଥ୍ୟା ଏକ ଗଣମାଧ୍ୟମକୁ ଦେଇଥିବା ବୟାନ ଅନୁସାରେ, ଯେତେବେଳେ ଅଭିଯୁକ୍ତ ଜଣକ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ, ସେ ବହୁତ ଶାନ୍ତ ଲାଗୁଥିଲେ। ହର୍ଷବର୍ଦ୍ଧନ ନିଥ୍ୟାଙ୍କ ସହ ପାଖାପାଖି ୫ ଥର ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ଶେଷରେ ସେ ରାଗିଯାଇଥିଲେ। ପରଦିନ ନିଥ୍ୟାଙ୍କ ପରିବାର ଲୋକେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଖବର ପାଇଥିଲେ। ତାଙ୍କ ବିଏମ୍‌ଡବ୍ଲୁ କାର୍‌ ଏକ ଟ୍ରେଲର ସହ ମୁହାଁମୁହିଁ ହୋଇଥିଲା। ସମସ୍ତେ ଭାବିଥିଲେ ଯେ ଏହା ଦୁର୍ଘଟଣା ହୋଇଥିବ। କିନ୍ତୁ ପୋଲିସ କହିଥିଲା, ହର୍ଷବର୍ଦ୍ଧନ ଜାଣିଶୁଣି ନିଜ କାରକୁ ଦୁର୍ଘଟଣାଗ୍ରସ୍ତ କରାଇଛନ୍ତି। ଏହାର କିଛି ଦିନ ପରେ ପୋଲିସ ପ୍ରୀଥିଙ୍କ ମୃତଦେହକୁ ତାଙ୍କ କାର୍‌ରୁ ହିଁ ଜବତ କରିଥିଲା। କହି ରଖୁଛୁ କି, ଅନ୍ୟ ମହିଳାଙ୍କୁ ସଚେତନ କରିବା ପାଇଁ ନିଥ୍ୟା ଘଟଣା ସହ ଜଡ଼ିତ କିଛି ତଥ୍ୟକୁ ସାର୍ବଜନୀନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.