ଗୋଷାଣୀ ନୂଆଗାଁର ମା କାଳୁଆଙ୍କ ଯାତ୍ରା ଆରମ୍ଭ, ସହର ପରିକ୍ରମା ପରେ ଅସ୍ଥାୟୀ ମନ୍ଦିରକୁ ଗଲେ ମା’

ବ୍ରହ୍ମପୁର(କେନ୍ୟୁଜ୍):  ଆରମ୍ଭ ହୋଇଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁର ଆରାଧ୍ୟ ଦେବୀ ମାକାଳୁଆଙ୍କ ଯାତ୍ରା। ପରମ୍ପରା ଅନୁସାରେ, ମହାଳୟା ଅମାବାସ୍ୟା ବିଳମ୍ବିତ ରାତିରେ ଏକ ବିରାଟ ପଟୁଆରରେ ମାଙ୍କୁ ସ୍ଥାୟୀ ମନ୍ଦିରରୁ ଅଣାଯାଇ ଅସ୍ଥାୟୀ ପୀଠରେ ସ୍ଥାପନ କରାଯାଇଥାଏ। ପଟୁଆର ଦିନତମାମ ସହର ବୁଲିବା ପରେ ଅପରାହ୍ନରେ ଅସ୍ଥାୟୀ ପୀଠକୁ ମା ବିଜେ କରିଛନ୍ତି। ପ୍ରାୟ ତିନିଶହ ବର୍ଷ ଧରି ମାଙ୍କ ଏହି ଯାତ୍ରା ଅନୁଷ୍ଠିତ ହୋଇଆସୁଛି। କୁମାର ପୂର୍ଣ୍ଣିମା ରାତିରେ ମା ପୁଣି ସ୍ଥାୟୀ ମନ୍ଦିରକୁ ଫେରିଆସିଥାନ୍ତି। ମାଙ୍କ ଯାତ୍ରାକୁ ନେଇ ଗୋଷାଣୀ ନୂଆଗାଁ ଏବେ ଉତ୍ସବମୁଖର।