କାଳିଆର ଅବସ୍ଥା ସଙ୍କଟାପନ୍ନ, ନିମୋନିଆ ଯୋଗୁଁ ରଖାଯାଇଛି ଭେଣ୍ଟିଲେଟରରେ
କଟକ(କେନ୍ୟୁଜ୍): ଦିଲ୍ଲୀ ଏମ୍ସରୁ ଫେରିବା ପରେ କଟକ ଏସସିବିରେ ଚିକିତ୍ସିତ ହେଉଥିବା କାଳିଆର ଅବସ୍ଥା ସଙ୍କଟାପନ୍ନ ରହିଛି । ଛାତିରେ ସଂକ୍ରମଣ ଓ ନିମୋନିଆ ଯୋଗୁଁ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇଛି। ତେବେ ଜଗାର ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଠିକ୍ ରହିଛି। ଏସସିବିର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଏମସର ଡାକ୍ତରୀ ଟିମ ସହ ପ୍ରତ୍ୟେକ ଦିନ ଯୋଗାଯୋଗରେ ରହିଛନ୍ତି। ଏମସ ଡାକ୍ତରୀ ଟିମ୍ଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଜାରି ରହିଛି । ଏସସିବି ଅଧିକ୍ଷକ ଏମସ ଡାକ୍ତରୀ ଟିମକୁ ପୁଣିଥରେ ଏସସିବି ଆସିବାକୁ ଅନୁରୋଧ କରିଛନ୍ତି। ଏମସରେ ଚିକିତ୍ସା କରୁଥିବା ଡାକ୍ତର ଦୀପକ ଗୁପ୍ତା ଓ ଡାକ୍ତର ଲୋଧାଙ୍କୁ କଟକ ଆସିବାକୁ ଅନୁରୋଧ କରାଯାଇଛି। ତେବେ ଏମସ ଡାକ୍ତର କେବେ ଆସିବ ତାହା ସ୍ପଷ୍ଟ ହୋଇନାହିଁ। କାଳିଆକୁ ସୁସ୍ଥ କରିବା ପାଇଁ ଏସସିବି ଡାକ୍ତରୀଟିମ ସମ୍ପୂର୍ଣ୍ଣ ଉଦ୍ୟମ ଚଳାଇଥିବା ଏସସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି। ଗତ ୭ ତାରିଖରେ ଏସସିବିକୁ ଫେରିଥିଲେ ଜଗା- କାଳିଆ।