ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା, ଚଳଚଞ୍ଚଳର କଟକର ବିଭିନ୍ନ ଶକ୍ତିପୀଠ

କଟକର ଅଧିଷ୍ଟାତ୍ରୀ ଦେବୀ ମାଆ କଟକ ଚଣ୍ଡିଙ୍କ ପୀଠ ସମେତ ବିଭିନ୍ନ ଶକ୍ତି ପୀଠର ଚାଲିଛି ପୂଜାର୍ଚ୍ଚନା। ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜେଇ ଦିଆଯାଇଥାଏ। ମା ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।

କେନ୍ୟୁଜ୍(ବ୍ୟୁରୋ): ଆସୁଛନ୍ତି ମା’। ଆଜିଠୁ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଛି ଷୋଡଶ ପୂଜା। କଟକର ଅଧିଷ୍ଟାତ୍ରୀ ଦେବୀ ମାଆ କଟକ ଚଣ୍ଡିଙ୍କ ପୀଠ ସମେତ ବିଭିନ୍ନ ଶକ୍ତି ପୀଠର ଚାଲିଛି ପୂଜାର୍ଚ୍ଚନା। ମୂଳାଷ୍ଟମୀରୁ ମହାଅଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ୧୬ଟି ବେଶରେ ସଜେଇ ଦିଆଯାଇଥାଏ। ମା ଙ୍କର ବେଶ ଅନୁସାରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ। କଟକ ସହରର ମା କଟକ ଚଣ୍ଡୀ , ଗଡ଼ ଚଣ୍ଡୀ , ଚାଉଳିଆଗଞ୍ଜର ଜୟଦୁର୍ଗା , ମଙ୍ଗଳାବାଗର ବାସନ୍ତୀଦୁର୍ଗା ଓ ଝାଞ୍ଜିରୀମଙ୍ଗଳାର ମା ’ ଝାଞ୍ଜିରୀମଙ୍ଗଳା ସମେତ ସହରର ବିଭିନ୍ନ ସ୍ଥାନରେ ଥିବା ପୀଠରେ ମା’ଙ୍କର ଷୋଡଶ ଦିନାତ୍ମକ ପୂଜା ଆଜି ଠାରୁ ଆରମ୍ଭ ହେଉଛି। ଏଥି ପାଇଁ ଚଳଚଞ୍ଚଳ ହୋଇଉଠିଛି ପୀଠ। ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମୁଛି। ଏହି ୧୬ ଦିନରେ ପ୍ରତ୍ୟେକ ଦିନ ମା’ଙ୍କ ପୂର୍ବ ନିର୍ଦ୍ଧାରିତ ପୂଜା ବିଧୂ ସହ ଚଣ୍ଡୀ ପାଠ କରାଯିବା ସହ ମା ଙ୍କ ର ବିଭିନ୍ନ ବେଶ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.