ବାତ୍ୟା ଆଶଙ୍କାକୁ ନେଇ ଆଗୁଆ ପ୍ରସ୍ତୁତି: ନିଜ ଭିତରେ ସହଯୋଗ ଓ ସମନ୍ବୟ ରକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗ ନିଜ ଭିତରେ ସହଯୋଗ ଓ ସମନ୍ବୟ ରକ୍ଷା କରନ୍ତୁ । ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ।

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା ଆଶଙ୍କାକୁ ନେଇ ଆଗୁଆ ପ୍ରସ୍ତୁତି । ବାତ୍ୟା ପରିଚାଳନା ପାଇଁ ବିଭିନ୍ନ ବିଭାଗ ନିଜ ଭିତରେ ସହଯୋଗ ଓ ସମନ୍ବୟ ରକ୍ଷା କରନ୍ତୁ । ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ । ସମ୍ଭାବ୍ୟ ବାତ୍ୟା ପାଇଁ ଆଗୁଆ ସତର୍କ ରହିବା ସହ ପ୍ରସ୍ତୁତ ରହିବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ବାସ ଯୋଗଦେଇ ରାଜ୍ୟରେ ବାତ୍ୟା ସତର୍କତା ସୂଚନା ଦେଇଥିଲେ ।

ବୈଠକରେ ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ ବିଭାଗର ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା ଆଲୋଚନା ହୋଇଥିଲା । ସମସ୍ତ ବିଭାଗରେ ବାତ୍ୟା ପରିଚାଳନା ନେଇ ଏସଓପି ଅଛି । ସବୁ ବିଭାଗ ନିଜ ନିଜ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବୈଠକ କରି ପ୍ରସ୍ତୁତି ଓ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.