ଆଜି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ, ଶ୍ରୀମନ୍ଦିର ସମସ୍ତ ରୀତିନୀତି ବନ୍ଦ

ପୁରୀ (କେନ୍ୟୁଜ୍) : ଆଜି ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ । ସକାଳ ୮ଟା ୨୦ ମିନିଟ ୮ ସେକେଣ୍ଡରେ ସୂର୍ଯ୍ୟ ପରାଗ ସ୍ପର୍ଶ କରିବ । ଦିନ ୧୧ଟା ୨୯ ମିନିଟ୍‌ ୧୦ ସେକେଣ୍ଡରେ ସର୍ବମୋକ୍ଷ ହେବ । ଏଥିପାଇଁ ଗତକାଲି ସଂଧ୍ୟା ୮ଟା ୨୦ରୁ ଶ୍ରୀମନ୍ଦିର ସମସ୍ତ ରୀତିନୀତି ବନ୍ଦ ରହିଛି । ସାରା ରାତି ମହାପ୍ରଭୁଙ୍କ ଦର୍ଶନ ଜାରି ରହିଥିଲା । ଆଜି ସକାଳେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଭକ୍ତ । ୮ଟା ୨୦ରେ ପରାଗ ସ୍ପର୍ଶ କରିବା ମାତ୍ରେ ମହାପ୍ରଭୁଙ୍କ ସମସ୍ତ ନୀତି ପୁଣି ଥରେ ଆରମ୍ଭ ହେବ । ପରାଗ ଶେଷ ହେବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯିବ ସହ ଅନ୍ୟ ନୀତିକାନ୍ତି କରାଯିବ । ଜ୍ୟୋତିର୍ବିଜ୍ଞାନୀଙ୍କ କହିବା ଅନୁସାରେ ଏହା ବଳୟାକୃତି ସୂର୍ଯ୍ୟୋପରାଗ । ପରାଗ ସମୟରେ ସୂର୍ଯ୍ୟ ଏକ ମୁଦ୍ରିକା ଆକୃତିର ଦେଖାଯିବେ । ୧୯୬୨ ମସିହାରେ ଏଭଳି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହୋଇଥିଲା । ଭାରତ ସହିତ ଶ୍ରୀଲଙ୍କା, ସାଉଦି ଆରବ, ସୁମାତ୍ରା ଓ ବୋର୍ଣ୍ଣିଓରେ ମଧ୍ୟ ଏହା ଦୃଶ୍ୟମାନ ହେବ । ସୂର୍ଯ୍ୟୋପରାଗ କର୍କଟ, ସିଂହ, ତୁଳା, କନ୍ୟା, ବିଛା ଓ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବ । ଅନ୍ୟ ରାଶି ମାନଙ୍କ ପାଇଁ ଅଶୁଭ ରହିବ ବୋଲି କୁହାଯାଉଛି । ସୂର୍ଯ୍ୟୋପରାଗ ଦେଖିବା ପାଇଁ ପ୍ଲାନେଟାରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.