Below header

କମାଣ୍ଡାଣ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସିପାହୀଙ୍କ ପତ୍ନୀ, କହିଲେ ସ୍ବାମୀଙ୍କୁ ଦେଉଥିଲେ ମାନସିକ ନିର୍ଯାତନା

ଭୁବନେଶ୍ବର: କମାଣ୍ଡାଣ୍ଟଙ୍କ ନାଁରେ ସାଂଘାତିକ ଅଭିଯୋଗ। କମାଣ୍ଡାଣ୍ଟ ଡିସିପି ଆର୍ମଡ ବିଜୟ କୁମାର ସାହୁଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଜଣେ ସିପାହୀଙ୍କ ପତ୍ନୀ। ସିପାହୀ ନିହାର ରଞ୍ଜନ ନାୟକ 7TH ବାଟାଲିୟନର ଫାମିଲି ୱେଲଫେୟାର ସେଣ୍ଟରରେ ଟେଲରିଂ ସିପାହୀ ଭାବେ କାର୍ଯ୍ୟ କରନ୍ତି। ନିହାରଙ୍କ ପାଖରେ କାମ କରୁଥିବା ମହିଳାଙ୍କୁ ତାଙ୍କ ନିକଟକୁ ପଠାଇବାକୁ ବିଜୟ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ନିହାରଙ୍କ ପତ୍ନୀ।

୨ମାସ ଧରି ଏଭଳି ମାନସିକ ନିର୍ଯାତନା ଦେବା ପରେ ନିହାର ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି। ନିହାରଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେପଟେ କମାଣ୍ଡାଣ୍ଟ ଡିସିପି ଆର୍ମଡ ବିଜୟ କୁମାର ସାହୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଅଣାଯାଇଥିବା ସେ କହିଛନ୍ତି। ସେପଟେ କମାଣ୍ଡାଣ୍ଟଙ୍କ ନାଁରେ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିସନର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.