ନୟାଗଡ଼ର ମୀନାକ୍ଷୀଙ୍କୁ ମିଳିଲା ସହାୟତା, କିସ୍‌ରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରାଇଲେ କନ୍ଧମାଳ ସାଂସଦ

ନୟାଗଡ: ନାବାଳିକାଙ୍କୁ ସହାୟତା ଯୋଗାଇଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ। ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଭାଲିଆପଦର ଗାଁର ମୀନାକ୍ଷୀ ପ୍ରଧାନଙ୍କ ସଂପର୍କରେ ଜାଣିବା ପରେ ତାଙ୍କୁ କିସ୍‌ରେ ମାଗଣାରେ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି। ଭାଲିଆପଦର ଗାଁର ରାଜକିଶୋର ପ୍ରଧାନଙ୍କ ମୃତ୍ୟୁବରଣ କରିଥିଲେ। ତାଙ୍କ ବଡ ଝିଅ ମିନାକ୍ଷୀ ଭଲ ପାଠ ପଢୁଥିଲେ ମଧ୍ୟ ରାଜକିଶୋରଙ୍କ ମୃତ୍ୟୁ ପରେ ପାଠ ପଢା ନେଇ ଚିନ୍ତା ବଢିଥିଲା।

ସ୍ୱାମୀଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଥିଲେ ମିନାକ୍ଷୀଙ୍କ ମା ମାଣିକ ଯାନୀ। ଖବର ପାଇ ନୂଆଗାଁ ପଞ୍ଚାୟତ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ ଯାଇ ମିନାକ୍ଷୀଙ୍କ ପରିବାର କୁ ଭେଟିଥିଲେ। ପଞ୍ଚାୟତ ଓ ବ୍ଲକ ତରଫରୁ ସମସ୍ତ ସରକାରୀ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେବା ସହ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କୁ ଭେଟିଥିଲେ। ମୀନାକ୍ଷୀଙ୍କ ସଂପର୍କରେ ଶୁଣିବା ପରେ ସହାୟତା ଦେବା ସହ କିସରେ ମାଗଣା ରେ ପାଠ ପଢେଇବାର ସମସ୍ତ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ। ମୀନାକ୍ଷୀଙ୍କ ପରିବାର ଡ. ସାମନ୍ତଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.