ବାଲେଶ୍ଵର ଆସି ହଟହଟା ହେଲେ ଯୁବିନ ନୌଟିଆଲ, ଷ୍ଟେଜରେ ଗୀତ ଗାଉଥିବା ବେଳେ ଅଧାରୁ ବନ୍ଦ କଲା ପୋଲିସ

ଓଡ଼ିଶା ଆସି ହଟହଟା ହୋଇଛନ୍ତି ବଲିଉଡ କଣ୍ଠ ଶିଳ୍ପୀ ଯୁବିନ ନୌଟିଆଲ। ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ସେନସେସନ ପାଲଟିଥିବା ଗାୟକ ଯୁବିନ ବାଲେଶ୍ଵରରେ ଟ୍ରୋଲ ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ କ୍ଲିପ ବେଶ ଭାଇରାଲ ହେବାରେ ଲାଗିଛି।

Jubin Nautiyal
Image Credit: ccl

ବାଲେଶ୍ଵରର ଏକ ଘରୋଇ କଲେଜର ବାର୍ଷିକ ଉତ୍ସବରେ ଯୁବିନ ଯୋଗଦେବାକୁ ଆସିଥିଲେ। ରାତି ପ୍ରାୟ ୧୧ ଟା ପରେ ଯୁବିନ ଷ୍ଟେଜ ଉପରେ ସଙ୍ଗୀତ ପରିବେଷଣ କରୁଥିଲେ। କିନ୍ତୁ ଏହି ସମୟରେ ହଠାତ ପୋଲିସ ଷ୍ଟେଜ ଉପରକୁ ଉଠି କାର୍ଯ୍ୟକ୍ରମକୁ ବନ୍ଦ କରାଇଥିଲେ। ଯାହାର ଦୃଶ୍ୟକୁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏ ନେଇ ବିଭିନ୍ନ ସୋସିଆଲ ମିଡିଆରେ ଯୁବିନ ନୌଟିଆଲଙ୍କୁ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.