Below header

ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ସୋଲ ଫୁଲ ତିଆରି କରିବାରେ ଲାଗିପଡିଛନ୍ତି ରାଜକିଶୋରଙ୍କ ପରିବାର

ପୁରୀ(କେନ୍ୟୁଜ୍): ପାଖେଇ ଆସୁଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ତିନି ରଥକୁ ଅଧିକ ସରସ ସୁନ୍ଦର କରିବା ପାଇଁ ଗତ ୧୫ ବର୍ଷ ଧରି ସୋଲଫୁଲ ତିଆରି କରି ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜକିଶୋରଙ୍କ ପରିବାର। ପରିବାରର ସମସ୍ତ ସଦସ୍ୟ ଫୁଲ ତିଆରିରେ ଦିନରାତି ଏକ୍‌ କରି ଲାଗି ପଡିଛନ୍ତି।

fulaକିଏ ସେବତୀ ଫୁଲ ତିଆରି କରୁଛିତ, କିଏ କଦମ୍ବ ଓ ସୂର୍ଯ୍ୟମୁଖୀ ଫୁଲ ତିଆରି କରିବାରେ ବ୍ୟସ୍ତ। ଭଳିକି ଭଳି ଫୁଲ ତିଆରି କରିବାରେ ଲାଗି ପଡିଛନ୍ତି ରାଜକିଶୋରଙ୍କ ପରିବାର। ପରିବାରର ସମସ୍ତ ସଦସ୍ୟ ଦିନ ରାତି ଏକ୍‌ କରି କାମ କରିବାରେ ବ୍ୟସ୍ତ।

soloଅକ୍ଷୟ ତୃତୀୟାଠାରୁ ସମସ୍ତେ ନିଷ୍ଠା ଓ ଭକ୍ତିର ସହ ସୋଲ ଫୁଲ ତିଆରିରେ ଲାଗି ପଡିଥାନ୍ତି। ଫୁଲ ପ୍ରସ୍ତୁତି ପାଇଁ ପୁରୀ ନିମାପଡ଼ା, କାକଟପୁର, ଗୋପ ଓ କଣାସ ଆଦି ଅଞ୍ଚଳରୁ ସୋଲ ସଂଗ୍ରହ କରିଥାନ୍ତି। ପ୍ରଥମେ ସୁଖାଇବା ପରେ ତାକୁ କାଟି ଫୁଲ ତିଆରି କରିଥାନ୍ତି। ପରିବାର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ଏହି କାମ କରନ୍ତି। କୌଣସି ରାସାୟନିକ ରଙ୍ଗ ବିନା କେବଳ ଜାମ୍ବୋରୀ, ଚୁମୁକି ଓ ମୀନା ବ୍ୟବହାର କରି ଫୁଲଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି। ବିନା ପାରିଶ୍ରମିକରେ ମହାପ୍ରଭୁଙ୍କୁ ସେବା କରିବାର ସୁଯୋଗ ପାଇ ବେଶ୍‌ ଆନନ୍ଦିତ ଥିବା କହିଛନ୍ତି ରାଜକିଶୋରଙ୍କ ପରିବାର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.