Below header

ସ୍ତ୍ରୀ କଲା କଳି, ଶ୍ବଶୁରକୁ ଗାଡ଼ି ଚଢାଇ ମାରିଦେବାକୁ ଉଦ୍ୟମ କଲା ଜ୍ବାଇଁ

ସମ୍ବଲପୁର(କେନ୍ୟୁଜ୍): ଆଜି ସମ୍ବଲପୁର ସହରର କଚେରୀ ଛକ ନିକଟରେ ଜଣେ ଓକିଲ ତାଙ୍କ ଶ୍ୱଶୁରଙ୍କୁ ଗାଡି ଚଢାଇ ମାରିଦେବା ଉଦ୍ୟମ କରିଛନ୍ତି। ଶ୍ୱଶୁର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି । ଏହି ସମ୍ପୂର୍ଣ ଘଟଣା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିଲ୍ମୀ ଷ୍ଟାଇଲରେ ଘଟିଥିଲା । ଦୁର୍ଘଟଣାରେ ସମ୍ବଲପୁର ଏସପିଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଯାଇଛି । ବୁର୍ଲା ଅଞ୍ଚଳର ଜଣେ ଓକିଲ ପଞ୍ଚାନନ ଦାଶ ତାଳଚେରରେ ବିବାହ କରିଥିଲେ। ପରିବାର ମଧ୍ୟରେ ବେଳେ ବେଳେ ଝଗଡା ଲାଗି ରହୁଥିଲା। ଏହାକୁ ପଞ୍ଚାନନଙ୍କ ଶ୍ୱଶୁର ବୁର୍ଲା ଆସି ସମାଧାନ କରି ଯାଉଥିଲେ ।  ହେଲେ କିଛିଦିନ ତଳେ ଉଭୟ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଯାହାର ସମଧାନ କରିବା ପାଇଁ ଆଜି ପଞ୍ଚାନନଙ୍କ ଶ୍ୱଶୁର ସମ୍ବଲପୁର ଓକିଲ ସଙ୍ଘକୁ ଆସିଥିଲେ ।

ପଞ୍ଚାନନ ତାଙ୍କ ଶ୍ୱଶୁରଙ୍କୁ ଯେମିତି ଦେଖିଲେ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ହେଲେ ତାଙ୍କ ଶ୍ୱଶୁର ସାମାନ୍ୟ ଆହତ ହୋଇଥିଲେ।  ଏହାକୁ ରୋକିବାକୁ ଗଲାବେଳେ ପଞ୍ଚାନନଙ୍କ ଶଳାଙ୍କୁ ମଧ୍ୟ ଗାଡି ଚଢାଇ ଦେଇ ଏସପିଙ୍କ ଘର ପାଚେରୀକୁ ଧକ୍କା ଦେଇଥିଲେ ।ପାଚେରୀ ଭାଙ୍ଗି ଯାଇଥିବା ବେଳେ ପଞ୍ଚାନନଙ୍କ ଶଳାଙ୍କୁ ମଧ୍ୟ ଗାଡ଼ି ଧକ୍କାରେ ଆହତ ହୋଇଛନ୍ତି ।  ଏହା ସହିତ ପାଖରେ ଥିବା ଆଉ ଏକ ବାଇକ ଓ ଲୁନା ଚୁରାମର ହୋଇଯାଇଥିଲା । ଏହି ଘଟଣା ସ୍ଥାନୀୟ ଲୋକେ ଦେଖି ଉକ୍ତ ଓକିଲଙ୍କୁ ନିର୍ଧୁମ ଛେଚିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.