ମା’କୁ ମୃତ୍ୟୁ ପାଖରୁ ଟାଣି ଆଣିଲା ପୁଅ, ପଢନ୍ତୁ ପୁରା ଘଟଣା

ନୂଆପଡ଼ା(କେନ୍ଯୁଜ୍): ମା’କୁ ମୃତ୍ୟୁମୁଖରୁ ଟାଣି ଆଣିଲା ପୁଅ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବଙ୍ଗଲାପଡାରେ। ସୂଚନା ମୁତାବକ, ଆଜି ସକାଳେ କୋମନା ବଙ୍ଗଲାପଡାର ୬୬ ବର୍ଷ ବୟସ୍କା ଶଶିପ୍ରଭା ପାଣିଗ୍ରାହୀ ନିଜ କୂଅ ଚାନ୍ଦିନୀରେ ବସିଥିଲେ । ମାତ୍ର ଅସାବଧାନତା ହେତୁ ସେ ହଠାତ୍ କୂଅରେ ପଡି ଯାଇଥିଲେ । ଏହା ଦେଖି ତାଙ୍କ ପୁଅ ସତ୍ୟନାରାୟଣ  ମା’ଙ୍କୁ ରକ୍ଷା କରିବାକୁ  ୨୦ ଫୁଟ୍ ଗଭୀର କୂଅକୁ କିଛି ନଭାବି ଡେଇଁ ପଡ଼ି୍ଥିଲେ।

ଉଭୟ ପ୍ରାୟ ଅଧ ଘଣ୍ଟା କାଳ ରହିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିବା ପରେ ବିଫଳ ହୋଇଥିଲେ। ଏହାପରେ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମା’ ପୁଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ଉଭୟ ମା’ ଓ ପୁଅ ସୁସ୍ଥ ଅଛନ୍ତି । ଏହି ଘଟଣା ପରେ ସତ୍ୟନାରାୟଣଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.