ନୂଆପଡା: କୋମନା ଥାନା ଗାତିବେଡା ଗାଁରେ ଅଭାବନୀୟ ଘଟଣା, ବାପାକୁ ମରି ପୁଅ କଲା ଆତ୍ମହତ୍ୟା

ନୂଆପଡା(କେନ୍ୟୁଜ୍):   ବାପାକୁ ହତ୍ୟା କଲା ପୁଅ । କଥା ଏତିକିରେ ସରିଲାନି । ବାପାକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲା । ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସୁନାବେଡା ଅଭୟରାଣ୍ୟର ଗାତିବେଡା ଗାଁରେ ଏପରି ଘଟଣା ଘଟିଛି। ବାପାକୁ ପ୍ରଥମେ ପଥରେ ଛେଚି ହତ୍ୟା କଲା । ଏହାପରେ ପୁଅ, ବେକରେ ରଶି ଲଗାଇ ଗଛରେ ଝୁଲି ଆତ୍ମହତ୍ୟା କଲା। ବାପାର ବୟସ ୫୦ ବର୍ଷ। ନାଁ ରାମସିଂ ମାଝି। ପୁଅର ନାଁ ଦେବ ମାଝୀ। ବୟସ ୨୭ ବର୍ଷ। ଏପରି ହତ୍ୟା ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ। ପୋଲିସ ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଜଣା ପଡିଛି ବାପା-ପୁଅ ମଧ୍ୟରେ ସାମନ୍ୟ ବଚସା ହୋଇଥିଲା। ଏହାପରେ ପୁଅ ଏପରି କାଣ୍ଡ ଘଟାଇଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.