Below header

କି କଳି କାଳ ହେଲାରେ ଭାଇ, ନିଜ ଜନ୍ମ କଲା ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ

ଭୁବନେଶ୍ୱର (କେନ୍ୟୁଜ୍) : ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଲା ପୁଅ । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ । ପୋଲିସ ମୃତ ବିଜୟ ସ୍ୱାଇଁଙ୍କ ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ କୁନା ସ୍ୱାଇଁକୁ ଗିରଫ କରିଛି । ସୂଚନା ଅନୁସାରେ ସଂଧ୍ୟାରେ ହାଟକୁ ଯିବା ପାଇଁ ବାପା, ପୁଅକୁ ଟଙ୍କା ମାଗିଥିଲେ । ପୁଅ କୁନା ଟଙ୍କା ଦେବା ପାଇଁ ମନା କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପୁଅ ରାଗି ଯାଇ ଘରେ ଥିବା ଏକ ଠେଙ୍ଗାରେ ବାପାକୁ ପିଟି ପିଟି ମାରି ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.