ଆଉ ବଢିବନି ଆଳୁ-ପିଆଜ-ଟମାଟୋ ଦାମ୍‌, ସରକାର ଆଣିଲେ ଏହି ଖାସ୍‌ ପ୍ଲାନ

ପରିବାର ଦର ସବୁକିଛି ଠିକ୍‌ ଥିବା ବେଳେ ତିନଟି ପ୍ରମୁଖ ପରିବା ଟମାଟ, ନପିଆଜ ଏବଂ ଆଳୁର ଦାମ ବଢିବ ନାହିଁ। କାରଣ ଏନେଇ ସରକାର ପୂର୍ବରୁ ହିଁ ସଚେତନ ହୋଇଯାଆନ୍ତୁ। ରିପୋର୍ଟ ଅନୁଯାୟୀ ସରକାର ଏକ ପୋର୍ଟାଲ ‘ମାର୍କେଟ ଇଣ୍ଟେଲିଜେଂସି ଆଣ୍ଡ ଅର୍ଲି ଓ୍ଵାର୍ଣ୍ଣିଂ ସିଷ୍ଟମ’ ଆରମ୍ଭ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଲଞ୍ଚ୍‌ ହୋଇଥିବା ଖାଦ୍ୟ ପ୍ରସଂସ୍କରଣ ଉଦ୍ୟୋଗ ମନ୍ତ୍ରୀ ହରସିମରତ କୌର ବାଦଲ କରିଛନ୍ତି।

marketହରସିମରତ କୌରଙ୍କ କହିବାନୁଯାୟୀ ଏହି ଜରିଆରେ ରାଜ୍ୟ ସରକାରଙ୍କୁ ସମୟ ପୂର୍ବରୁ ସତର୍କ କରାଯିବ ଯେପରି ସେ ସଚେତନ ରହିପାରିବେ। ହରସିମରତଙ୍କ କହିବାନୁଯାୟୀ ଟମାଟ, ପିଆଜ ଏବଂ ଆଳୁର ମୂଲ୍ୟ ଫସଲ ସମୟରେ ଯଦି ୩ ବର୍ଷ ତଳକୁ ଖସିଯାଏ କିମ୍ବା ଏହା ତୁଳନାରେ ମୂଲ୍ୟ ୫୦ ପ୍ରତିଶତ ଅଧିକ ହୋଇଯାଏ ତେବେ ପୋର୍ଟାଲରେ ‘ଆଲର୍ଟ’ ଆରମ୍ଭ ହୋଇଯିବ। ଏହାବ୍ୟତୀତ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟ ଠାରୁ କମ ହୋଇଥାଏ ତେବେ ଏଭଳି ସ୍ଥିତିରେ ମଧ୍ୟ ପୋର୍ଟାଲ ଆଲର୍ଟ କରିବ। ସୂଚନା ମୁତାବକ ସରକାରୀ ସଂସ୍ଥା ନେଫେଡ ଏହି ପୋର୍ଟାଲକୁ ବିକଶିତ କରିଛି।

Harsimratନେଫେଡ ଅଧିକାରୀ ଏସ କେ ସିଂହଙ୍କ କହିବାନୁଯାୟୀ ଏହି ପୋର୍ଟାଲରେ ଆଳୁ, ପିଆଜ ଏବଂ ଟମାଟ ଚାଷ କରୁଥିବା ରାଜ୍ୟ ସହ ଏହାର ଅଧିକ ବ୍ୟବହାର କରାଯାଉଥିବା ଦୋକାନର ମୂଲ୍ୟ ଉପରେ ନଜର ରଖାଯିବ। ସୂଚନା ମୁତାବକ ପିଆଜ ଦର ଲାଗି ସରକାରଙ୍କୁ ଆଲୋଚନାର ସିକାର ହେବାକୁ ପଡିଥିଲା। ଗତ ବର୍ଷ ପିଆଜର ମୂଲ୍ୟ କିଲ ପ୍ରତି ୧୫୦ ଟଙ୍କାରୁ ମଦ୍ୟ ଅଧିକ ଦାମରେ ବିକ୍ରି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.