Below header

ମା’ର ମୃତଦେହକୁ ଛୁଇଁଲେନି ପୁଅ, ଶବ ସତ୍କାର କଲା ଟିମ୍‌ ହ୍ୟୁମାନିଟି

ସମ୍ପର୍କ ଭୁଲିଗଲେ ପୁଅ । ଶେଷ ସମୟରେ ବି ମା'ର ଶବ ଛୁଇଁଲେନି । କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଦୃଶ୍ୟ ।

କନ୍ଧମାଳ (କେନ୍ୟୁଜ): ସମ୍ପର୍କ ଭୁଲିଗଲେ ପୁଅ । ଶେଷ ସମୟରେ ବି ମା’ର ଶବ ଛୁଇଁଲେନି । କନ୍ଧମାଳ ଜିଲ୍ଲା ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏଭଳି ଅମାନବୀୟ ଦୃଶ୍ୟ । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଜଣେ ବୃଦ୍ଧାଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ କରି ମୃତ ବୃଦ୍ଧାଙ୍କ ଶବକୁ ଦୁଇ ପୁଅଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । କିନ୍ତୁ ମୃତ ମା’ଙ୍କ ଶବକୁ ଉଭୟ ପୁଅ ଶବ ସତ୍କାର କରିବା ନିମନ୍ତେ ଅନିଚ୍ଛା ପ୍ରକାଶ କରିଥିଲେ ।

ଖବରପାଇ କନ୍ଧମାଳ ହ୍ୟୁମାନିଟି ଟିମ୍‌ ମୃତ ବୃଦ୍ଧାଙ୍କ ଶବ ସତ୍କାର କରିବା ପାଇଁ ନିଜସ୍ୱ ଖର୍ଚ୍ଚରେ ଆଗେଇ ଆସିଲେ । ଟିମ୍‌ ଦ୍ୱାରା ସ୍ଥାନୀୟ ଶ୍ମଶାନରେ ହିନ୍ଦୁ ରୀତିରେ ସମସ୍ତ କାର୍ଯ୍ଯ ସମ୍ପନ୍ନ କରିଛନ୍ତି । ଟିମ୍‌ ହ୍ୟୁମାନିଟି ଦ୍ୱାରା ନିଆ ଯାଇଥିବା ଏଭଳି ସାମାଜିକ ମହତ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇବା ସହ ସ୍ଥାନୀୟ ବାସିନ୍ଦା ଓ ବୁଦ୍ଧିଜୀବି ମାନେ ଏହିପରି ଅମନବିକତାକୁ ଦୃଢ଼ ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.