Below header

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା : ୪୪.୫ ଡିଗ୍ରୀ ସହ ସୋନପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ, ରାଜ୍ୟର ୨୪ ସହରର ତାପମାତ୍ରା ୪୦ ଉପରେ

ଭୁବନେଶ୍ୱର(କେନ୍ୟୁଜ୍): ଅସମ୍ଭାଳ ତାତି, ଜନଜୀବନ ଅସ୍ତବ୍ୟସ୍ତ । ସୋନପୁରରେ ଆଜି ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ୪୪ ଡିଗ୍ରୀ ସେଲସିୟସ ଉପରେ ୪ ଟି ସହରର ତାପମାତ୍ରା ରହିଛି । ୪୦ ଉପରେ ୨୪ ସହରର ପାରଦ ।

 

ସେହିପରି ୪୩ ଡିଗ୍ରୀ ସେଲସିୟସ ଉପରେ ରହିଛି ୧୧ ସହରର ତାପମାତ୍ରା । ସୋନପୁର-୪୪.୫, ଅନୁଗୁଳ-୪୪.୧, ବଲାଙ୍ଗୀର-୪୪.୦, ଝାରସୁଗୁଡ଼ା-୪୪.୦, ସମ୍ବଲପୁର-୪୩.୮ ଓ ସୁନ୍ଦରଗଡ଼-୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ବରଗଡ଼-୪୩.୪, ଟିଟିଲାଗଡ଼ରେ ୪୩.୨ ଓ ଭୁବନେଶ୍ୱରରେ ୪୦.୩ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ଆହୁରି ୫ ଦିନ ଯାଏ ନିସ୍ତାର ନାହିଁ । ବିଭିନ୍ନ ଜିଲ୍ଲାକୁ ହିଟ୍‌ େଓ୍ଵଭ୍‌ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି । ୨୯ ତାରିଖ ଯାଏ ୧୧ଟି ଜିଲ୍ଲା ଓ ୩୦ ତାରିଖରେ ୮ ଜିଲ୍ଲାକୁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.