Below header

ଉଚ୍ଚ ଶିକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ସ୍କଲାରସିପ୍‌ ଦେଉଛି ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ୍‌, ତୁରନ୍ତ କରନ୍ତୁ ଆବେଦନ

ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ ତରଫରୁ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ପ୍ରଦାନ କରାଯାଉଛି। ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ ପକ୍ଷରୁ ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ ସ୍କଲାରସିପ୍‌ ୨୦୨୨ ଘୋଷଣା ହୋଇଛି। ଭାରତରେ ପିଏଚ୍‌ଡି କରିବାକୁ ଇଚ୍ଛୁକ ଭାରତ ଓ ଦେଶ ବାହାର ଏସିଆନ୍‌ ଦେଶର ପିଲାମାନେ ଏଥିପାଇଁ ଆବେଦନ କରିପାରିବେ।

ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ ସ୍କଲାରସିପ୍‌ ପାଇଁ କିଏ କରିପାରିବେ ଆବେଦନ:

  • ଭାରତୀୟ ନାଗରିକ
  • ଅନ୍ୟ ଏସୀୟ ଦେଶର ନାଗରିକ

ସ୍କଲାରସିପ୍‌ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟିଉସନ୍‌ ଫି ଭାବେ ମାସିକ ୧୮,୦୦୦ ଟଙ୍କା ପ୍ରଦାନ କରାଯିବ। ଏଥିସହ ଭାରତରେ ଅଧ୍ୟୟନ ଯାତ୍ରା ବା ଷ୍ଟଡି ଟୁର ପାଇଁ ବାର୍ଷିକ ୧୫,୦୦୦ ଟଙ୍କା ମିଳିବ।

ଯୋଗ୍ୟତା:

ସ୍କଲାରସିପ୍‌ ପାଇବାକୁ ଛାତ୍ରଛାତ୍ରୀଙ୍କର ଏସବୁ ଯୋଗ୍ୟତା ଥିବା ଆବଶ୍ୟକ-

  • ଆବେଦନକାରୀଙ୍କ ବୟସ ୩୫ ବର୍ଷରୁ କମ୍‌ ହୋଇଥିବା ଦରକାର।
  • ଉଭୟ ସ୍ନାତକ ଓ ସ୍ନାତକୋତ୍ତରରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ସହ ସ୍ନାତକୋତ୍ତର ପ୍ରଥମ ଶ୍ରେଣୀରେ ପାସ୍‌ କରିଥିବା ଆବଶ୍ୟକ।
  • ପିଏଚ୍‌ଡି ପାଇଁ ପୂର୍ବରୁ ପଞ୍ଜିକରଣ କରିଥିବା କିମ୍ବା ଆଡମିଶନ୍‌ କରିଥିବା ଆବଶ୍ୟକ।
  • ପିଏଚ୍‌ଡି କରୁଥିବା ପିଲା ବି ଏଥିପାଇଁ ଆବେଦନ କରିପାରିବେ।

କି କି ଲାଭ ପାଇବେ ଛାତ୍ରଛାତ୍ରୀ:

  • ପ୍ରତି ମାସରେ ଟିଉସନ୍‌ ଫି ସହ ଅନ୍ୟାନ୍ୟ ଭତ୍ତା
  • ଭାରତରେ ଷ୍ଟଡି ଟୁର୍‌ ପାଇଁ ଖର୍ଚ୍ଚ
  • ବହିପତ୍ର କିଣିବା ପାଇଁ ବାର୍ଷିକ ୧୮,୦୦୦ ଟଙ୍କା

ଆବଶ୍ୟକୀୟ ଡକ୍ୟୁମେଣ୍ଟ:

  • ଏକ ପାସ୍‌ପୋର୍ଟ ଫଟୋଗ୍ରାଫ୍‌
  • ବର୍ତ୍ତମାନ କାର୍ଯ୍ୟ କରୁଥିବା ପ୍ରୋଜେକ୍ଟ ବିଷୟରେ ସୂଚନା
  • ୧୦୦ ଟଙ୍କାର ଡାକ ଟିକଟ ସହ ଡିମାଣ୍ଡ ଡ୍ରାଫ୍ଟ

ଏମିତି କରନ୍ତୁ ଆବେଦନ:

  • ୱେବସାଇଟକୁ ଯାଇ Apply Now ଉପରେ କ୍ଲିକ୍‌ କରନ୍ତୁ।
  • ଆପ୍ଲିକେସନ୍‌ ଫର୍ମ ଡାଉନ୍‌ଲୋଡ୍‌ କରନ୍ତୁ।
  • ଆବଶ୍ୟକୀୟ ସୂଚନା ପୂରଣ କରି ଡକ୍ୟୁମେଣ୍ଟ ଦିଅନ୍ତୁ।
  • ଫର୍ମ ପୂରଣ କରିବା ସହ ସମସ୍ତ ଡକ୍ୟୁମେଣ୍ଟକୁ ୧୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ କରି ପୋଷ୍ଟ ମାଧ୍ୟମରେ ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ୍‌କୁ ୩୧ ମେ ୨୦୨୨ ପୂର୍ବରୁ ପଠାଇ ଦିଅନ୍ତୁ।

ଠିକଣା:

ଜବାହରଲାଲ ନେହରୁ ମେମୋରିଆଲ ଫଣ୍ଡ, ତିନ୍‌ ମୂର୍ତ୍ତି ହାଉସ୍‌, ନୂଆଦିଲ୍ଲୀ-୧୧୦୦୧୧

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନର ଶେଷ ତାରିଖ- ୩୧ ମେ ୨୦୨୨

ଚୟନ ପ୍ରକ୍ରିୟା:

  • ପ୍ରାର୍ଥୀଙ୍କ ଚୟନ ଶିକ୍ଷାଗତ ଯୋଗ୍ୟତା ଓ ଫର୍ମ ପୂରଣ କରିବା ଆଧାରରେ ହେବ।
  • ୨ ବର୍ଷ ପାଇଁ ଏହି ସ୍କଲାରସିପ୍‌ ଉପଲବ୍ଧ ହେବ।
  • ଅସମ୍ପୂର୍ଣ୍ଣ ଫର୍ମକୁ ଗ୍ରହଣ କରାଯିବ ନାହିଁ।
  • ପହଞ୍ଚିନଥିବା କିମ୍ବା କୌଣସି କାରଣରୁ ପୋଷ୍ଟ ମାଧ୍ୟମରେ ବିଳମ୍ବ ହୋଇଥିବା ଫର୍ମ ଅଯୋଗ୍ୟ ଘୋଷିତ ହେବ।
  • ତାରିଖ ପରେ ପହଞ୍ଚିଥିବା କୌଣସି ଫର୍ମକୁ ଗ୍ରହଣ କରାଯିବ ନାହିଁ।

ଅଫିସିଆଲ ୱେବ୍‌ସାଇଟ୍‌କୁ ଯିବାକୁ ଏଠାରେ କ୍ଲିକ୍‌ କରନ୍ତୁ।

Also Read: ଇଞ୍ଜିନିୟରିଂ ପଢ଼ିଥିବା ପିଲାଙ୍କୁ ମୋଟା ଅଙ୍କର ସ୍କଲାରସିପ୍‌ ଦେଉଛି INAE, ବି.ଟେକ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.