ଇଞ୍ଜିନିୟରିଂ ପଢ଼ିଥିବା ପିଲାଙ୍କୁ ମୋଟା ଅଙ୍କର ସ୍କଲାରସିପ୍‌ ଦେଉଛି INAE, ବି.ଟେକ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଯୁକ୍ତ ଦୁଇ ପରେ ଇଞ୍ଜିନିୟରିଂ ପଢ଼ିବାକୁ ପିଲାଙ୍କ ମଧ୍ୟରେ ଏବେ ବି ରହିଛି ବେଶ୍‌ ଆଗ୍ରହ। ଏହି ପଢ଼ା ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ଭବିଷ୍ୟତରେ ଚାକିରିର ଅଧିକ ତଥା ଭଲ ସୁଯୋଗ ଥିବାରୁ ଆଜିକାଲିର ପିଲାମାନେ ଇଞ୍ଜିନିୟରିଂ ପଢ଼ିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଇଞ୍ଜିନିୟରିଂ ପଢ଼ିଥିବା ପିଲାମାନେ ଦକ୍ଷ ତଥା ମେଧାବୀ ହୋଇଥାନ୍ତି। ପଢ଼ା ସରିବା ପରେ ସେମାନେ ବଡ଼ ବଡ଼ ସଂସ୍ଥାରେ ଉଚ୍ଚ ପଦ ପଦବୀ ରହିଥାନ୍ତି। ସେଭଳି ପଢ଼ୁଆ ପିଲାଙ୍କୁ ଏବେ ମିଳୁଛି ସ୍କଲାରସିପ୍‌।

ମେଧାବୀ ଇଞ୍ଜିନିୟର, ଇଞ୍ଜିନିୟର ବୈଜ୍ଞାନିକ ଓ ଟେକ୍ନୋଲୋଜିଷ୍ଟଙ୍କ ପାଇଁ ସ୍କଲାରସିପ୍‌ ଯୋଗାଉଛି ଇଣ୍ଡିଆନ୍‌ ନ୍ୟାସନାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ (INAE)। Indian National Academy of Engineering ପକ୍ଷରୁ ପ୍ରଫେସର ଜୟ କ୍ରିଷ୍ଣା ଓ ପ୍ରଫେସର ଏସ୍‌ଏନ୍‌ ମିତ୍ର ମେମୋରିଆଲ ଆଓ୍ଵାର୍ଡ ୨୦୨୨ (Professor Jai Krishna and Professor SN Mitra Memorial Awards 2022) ଅନୁସାରେ ମେଧାବୀ ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ଯୋଗାଇ ଦିଆଯାଉଛି। ଏଥିପାଇଁ ସଂସ୍ଥା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

Scholarship
ଯୋଗ୍ୟତା:

  • ଆବେଦନ କରୁଥିବା ପ୍ରାର୍ଥୀ ଭାରତୀୟ ହୋଇଥିବା ଆବଶ୍ୟକ।
  • ସେ ଜଣେ ଦକ୍ଷ ଇଞ୍ଜିନୟର, ଇଞ୍ଜିନିୟର ବୈଜ୍ଞାନିକ କିମ୍ବା ଟେକ୍ନୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିବା ଆବଶ୍ୟକ।
  • ଆବେଦନ କରିଥିବା ବର୍ଷ ସେ INAE ଅଧୀନରେ ଥିବା କୌଣସି ସଂସ୍ଥାର ସଦସ୍ୟ ହୋଇନଥିବା ଆବଶ୍ୟକ।

ସ୍କଲାରସିପ୍‌ ରାଶି:

ନଗଦ ୨ ଲକ୍ଷ ଟଙ୍କା

ଆବେଦନ ସମୟ:

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଚଳିତ ବର୍ଷ ୧୫ ମେ’ ପୂର୍ବରୁ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ  www.b4s.in/katv/PKA7 ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରନ୍ତୁ।

ଯଦି ଆପଣଙ୍କ ଆବେଦନ ଗ୍ରହଣୀୟ ହେବ, ତେବେ ସଂସ୍ଥାର ନିୟମ ମୁତାବକ ଆପଣ ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

Also Read: ନର୍ସିଂ କରିବାକୁ ଇଚ୍ଛୁକ ପିଲାଙ୍କୁ ମିଳୁଛି ମୋଟା ଅଙ୍କର ସ୍କଲାରସିପ୍‌, ତୁରନ୍ତ କରନ୍ତୁ ଆବେଦନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.