“ମୁଁ କ୍ୟାନ୍ସରରେ ପୀଡିତ, ସେଥିପାଇଁ ଚାକିରି ଦେଲା ନାହିଁ କମ୍ପାନୀ”- ହସ୍ପିଟାଲ ବେଡ଼ରୁ ନିଜ ଦୁଃଖ ସେୟାର କଲେ ଯୁବକ

ଏମିତିରେ କ୍ୟାନ୍ସର ନାଁ ଶୁଣିଲେ ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ହୋଇଯାଆନ୍ତି । ରୋଗର ନାଁ ଯେମିତି ଏହାର ଲକ୍ଷଣ ତଥା ଗୁଣ, ପ୍ରାଦୁର୍ଭାବ ବି ଠିକ ସେମିତି । ଜଣେ ଯଦି ଶୁଣେ ତାକୁ କ୍ୟାନ୍ସର ହୋଇଛି ତା ପାଦ ତଳୁ ଯେମିତି ମାଟି ଖସି ପଡେ । ରୋଗୀ ତ ରୋଗୀ ତା ସମ୍ପର୍କୀୟ ମାନେ ବି ଭୟବିତ ହୋଇଯାନ୍ତି । କିନ୍ତୁ ଏମିତି ବି ଅନେକ ଉଦାହରଣ ମାନ ରହିଛି ଯେଉଁମାନେ ନିଜ ସାହସ, ଦମ୍ଭର ପରାକାଷ୍ଠା ଦେଖାଇ ଭୟଙ୍କରରୁ ବି ଭୟଙ୍କର ସ୍ଥିତିକୁ ଜୟ କରିପାରିଛନ୍ତି । ଖାଲିଯେ ଜୟ କରିପାରିଛନ୍ତି ତାହା ନୁହେଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜି ପାରିଛନ୍ତି । କିଛି ଲୋକ ତ ଅନ୍ଧାର ଭିତରେ ବି ଆଲୋକର ସନ୍ଧାନ ପାଇପାରନ୍ତି । କେହି ତାଙ୍କ ପାଇଁ ବ୍ୟସ୍ତ ହୁଅନ୍ତୁ ଅବା ତାଙ୍କୁ କେହି ଦୟା କିମ୍ବା ସହାନୁଭୂତି ଦେଖାନ୍ତୁ ସେମାନେ ଜମା ବି ଚାହାନ୍ତିନାହିଁ । ଏମିତି ହିଁ ଜଣେ ବ୍ୟକ୍ତିଙ୍କ ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ଭାଇରାଲ ହେଉଥିବା ଏହି ବ୍ୟକ୍ତି ଜଣଙ୍କ କ୍ୟାନ୍ସରରେ ପୀଡିତ ଅଛନ୍ତି | ଆଉ ତାଙ୍କର କେମୋଥେରାପି ଚିକିତ୍ସା ଚାଲିଥିବାବେଳେ ସେ ହସ୍ପିଟାଲ ବେଡ଼ ଉପରେ ବସିଥିବା ସମୟର ଏକ ଭିଡିଓ ଭାଇରଏଲ ହେଉଛି ।

ଆପଣ ମାନେ ଦେଖିପାରିବେ ଏହି ସମୟରେ ତାଙ୍କ ସାମ୍ନାରେ ଏକ ଲାପଟପ ରଖାଯାଇଛି । ଏହି ସମୟରେ ସେ କଣ କରୁଛନ୍ତି ତାହା ଯଦି ଆପଣ ଜାଣିବେ ତେବେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନାହିଁ ।  ଏତେ ବଡ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ଚାକିରୀ ପାଇଁ ଇଣ୍ଟରଭିଉ ଦେଉଛନ୍ତି ବ୍ୟକ୍ତି ଜଣଙ୍କ । କହିରଖିବା ଉଚିତ ହେବକି ଏହି ବ୍ୟକ୍ତିଙ୍କ ନାଁ ହେଉଛି ଅର୍ଶ ନନ୍ଦନ ପ୍ରସାଦ । ସେ ହେଉଛନ୍ତି ଝାରଖଣ୍ଡ ଜାମସେଦପୁରର ମୂଳ ବାସିନ୍ଦା । ଏକ ସୋସିଆଲ ମିଡ଼ିଆ ଆପ ଜରିଆରେ ନିଜ କାହାଣୀକୁ ସମସ୍ତଙ୍କ ସହିତ ସେୟାର କରିଛନ୍ତି । ଆଉ ଏହିଥିରେ ସେ କହିଛନ୍ତି କେମିତି କ୍ୟାନ୍ସର ପରି ମାରାତ୍ମକ ରୋଗରେ ପୀଡିତ ହୋଇ ମଧ୍ୟ କିପରି ଚାକିରୀ ଟିଏ ପାଇଁ ସେ ସଂଘର୍ଷ ଜାରି ରଖିଛନ୍ତି । ନିଜର ଏହି ପୋଷ୍ଟରେ ସେ ଏହା ମଧ୍ୟ ଲେଖିଛନ୍ତିକି ଏହି ରୋଗ ସମୟରେ ତାଙ୍କୁ କୌଣସି ପ୍ରକାର ସହାନୁଭୁତିର ଆବଶ୍ୟକତା ନାହିଁ । ନିଜକୁ ଦୁନିଆ ସାମ୍ନାରେ ପ୍ରମାଣିତ କରିବାକୁ ଆଜି ବି ତାଙ୍କ ପାଖରେ ଯଥେଷ୍ଟ ବଳ ଓ ଧର୍ଯ୍ୟ ରହିଛି । ଯେମିତି ହିଁ ରିକ୍ୟୁୱିଟର୍ସଙ୍କୁ ଜଣା ପଡେ କି ସେ କ୍ୟାନ୍ସର ପରି ଏକ ଭୟଙ୍କର ରୋଗରେ ପୀଡିତ ଅଛନ୍ତି । ସମସ୍ତଙ୍କ ମୁହଁର ହାବଭାବ ଯେମିତି ବଦଳିଯାଏ ।

ଅର୍ଶଙ୍କ ଏହି ପୋଷ୍ଟରେ ଲୋକେ ଅନେକ ରିଆକସନ ଦେଉଛନ୍ତି । ତାଙ୍କ ସାହସକୁ ନେଇ ମଧ୍ୟ ପ୍ରଶଂସା କରିଛନ୍ତି । ଏମିତିକି ମହାରାଷ୍ଟ୍ରର ଏକ କମ୍ପାନୀ ସିଇଓ ନୀଲେସ ସାତପୁତେ ତାଙ୍କୁ ଚାକିରୀ ପାଇଁ ଅଫର ଦେଇଥିଲେ । ସେ ଲେଖିଛନ୍ତିକି, ” ତମେ ଜଣେ ଯୋଦ୍ଧା | ଏହା ସହ ସେ କହିଛନ୍ତିକି ଦୟାକରି ଚିକିତ୍ସା ସମୟରେ ଇନ୍ଟରଭିୟୁ ଦିଅନ୍ତୁ ନାହିଁ । ମୁଁ ତୁମ ପରିଚୟ ପତ୍ର ଦେଖିଛି ଆଉ ଅନୁଭବ ବି କରିଛିଯେ ତୁମେ ଖୁବ ଷ୍ଟ୍ରଙ୍ଗ । ଆପଣ ଯେବେ ବି ଚାହିଁବେ ଜଏନ କରିପାରିବେ । ଆଉ ଏଥିପାଇଁ ଈଂଟଭିୟୁ ଦେବା ଆବଶ୍ୟକ ନାହିଁ । ”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.