ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା, ନିର୍ବାଚନ ପାଇଁ ଭାଗ ଭାଗ ହୋଇ କରିବେ ପ୍ରଚାର

ମେ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ଭାଗ ଭାଗ ହୋଇ ପ୍ରଚାର କରିବେ । କୋରାପୁଟରେ ପ୍ରଚାର କରିବେ ସୋନିଆ ଗାନ୍ଧୀ । ରାୟଗଡ଼ା ଆସିବେ ରାହୁଲ । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣୁପୁର, ରାୟଗଡା, ବିଷମକଟକ କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ତେଲୁଗୁ ଭୋଟରଙ୍କୁ ଟାର୍ଗେଟ୍ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ମେ ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ସୋନିଆ, ରାହୁଲ ଓ ପ୍ରିୟଙ୍କା । ଭାଗ ଭାଗ ହୋଇ ପ୍ରଚାର କରିବେ । କୋରାପୁଟରେ ପ୍ରଚାର କରିବେ ସୋନିଆ ଗାନ୍ଧୀ । ରାୟଗଡ଼ା ଆସିବେ ରାହୁଲ । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଗୁଣୁପୁର, ରାୟଗଡା, ବିଷମକଟକ କୋରାପୁଟ ଓ ଜୟପୁର ନିର୍ବାଚନ ମଣ୍ଡଳୀରେ ତେଲୁଗୁ ଭୋଟରଙ୍କୁ ଟାର୍ଗେଟ୍ କରିବେ । ରୋଡ୍ ସୋ କରି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବେ କହ୍ନେୟା କୁମାର ।

୨୦୧୯ରେ କେବଳ କୋରାପୁଟ ଲୋକସଭା ଆସନରେ ବିଜୟୀ ହୋଇଥିଲା କଂଗ୍ରେସ । ଏଥର ପୁଣି ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି । ମେ ୧୩ରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ଲୋକସଭା ସହ ୨୮ଟି ବିଧାନସଭା ଆସନରେ ମତଦାନ ହେବ । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଅସନରେ ମତଦାନ ହେବ । ଆସନ୍ତା ୧୯ତାରିଖରେ କୋରାପୁଟରେ ନାମାଙ୍କନ ପତ୍ର ଦାଖଲ କରିବେ ସପ୍ତଗିରି ଉଲ୍ଲକା । ବୁଧବାର ସପ୍ତଗିରି ଉଲାକା, ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଜିଲ୍ଲାର ଅନ୍ୟ ୪ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଏକାଠି ହୋଇ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.