କାଳବୈଶାଖୀ ପ୍ରଭାବରେ ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା ! ୧୫ରୁ ବଢିବ ତାତି
କାଳବୈଶାଖୀ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା ପାଗ ଲାଗି ରହିଛି । ଆଜି ସକାଳୁ ସକାଳୁ ଆକାଶ ମେଘାଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେଉଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆଜି ମାଲକାନଗିରି, ଗଜପତି, କୋରାପୁଟ୍,ରାୟଗଡା, ନବରଙ୍ଗପୁର, କଳାହାଣ୍ତି,କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।

ଭୁବନେଶ୍ୱର (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ଥଣ୍ଡା ପାଗ ଲାଗି ରହିଛି । ଆଜି ସକାଳୁ ସକାଳୁ ଆକାଶ ମେଘାଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେଉଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, ଗଜପତି, କୋରାପୁଟ୍,ରାୟଗଡା, ନବରଙ୍ଗପୁର, କଳାହାଣ୍ତି,କନ୍ଧମାଳ ଓ ନୂଆପଡା ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହା ପରଠୁ ତାପମାତ୍ରା ବୃଦ୍ଧି ପାଇବ। ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ ।
ଆଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ବା ତା ଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ୧୭ ଓ ୧୮ ବେଳକୁ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ଛୁଇଁବା ଆଶଂକା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳ ଓଡ଼ିଶାର କେତକେ ସ୍ଥାନରେ ଅଧିକ ତାପମାତ୍ରା ଅନୁଭୂତ ହୋଇପାରେ ।
ଗତକାଲି ରାଜ୍ୟର କିଛି ହାତଗଣତି ସ୍ଥାନରେ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ଼ ହୋଇଛି । ପାରଳାଖେମୁଣ୍ତିରେ ସର୍ବାଧିର ତାପମାତ୍ରା ୩୯.୩ ରେକର୍ଡ଼ ହୋଇଥିବା ବେଳେ ଟିଟିଲାଗଡ଼ରେ ୩୭.୫, ମାଲକାନଗିରିରେ ୩୭.୧ ଓ ପାରାଦ୍ବୀପରେ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।