ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ, ମସଜିଦରେ ଚାଲିଛି ସମୁହ ନମାଜ ପାଠ

ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ।

ଭୁବନେଶ୍ୱର (କେନ୍ୟୁଜ): ଆଜି ଇଦ୍ ପାଳୁଛନ୍ତି ମୁସଲିମ ଧର୍ମାବଲମ୍ବୀ । ମସଜିଦରେ ଚାଲିଛି ସମୁହ ନମାଜ ପାଠ । ଘରେ ବି ଚାଲିଛି ନମାଜ ପାଠ । ପରସ୍ପରକୁ ଇଦର ଶୁଭେଛା ଜଣାଉଛନ୍ତି ମୁସଲିମ ଭାଇ ଓ ଭଉଣୀ । ବିରିୟାନୀ, ଲଛା, ସିମେଇ , ଖଜୁର ଓ ସର୍ବତ ପ୍ରସ୍ତୁତ ହୋଇ ରହିଛି । ଆଜି ଇଦ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ। ଦିନ ସାରା ଉପବାସ ରହି ରାତିରେ ରୋଜା ପାଳୁଥିଲେ। ଏହା ରମଜାନ ମାସକୁ ଇସଲାମରେ ସବୁଠୁ ପବିତ୍ର ମାସ କୁହାଯାଏ। ଏହି ସମୟରେ ଗରୀବ ଲୋକମାନଙ୍କୁ ଦାନ ଦିଆଯାଇଥାଏ। ବିଶ୍ବାସ ରହିଛି ଏପରି କଲେ ଆଲ୍ଲା ଖୁସି ହୋଇଥାନ୍ତି। ସମୁହ ନମାଜ ପାଠ ପାଇଁ ଦିଲ୍ଲୀର ଜମା ମସଜିଦରେ ସକାଳୁ ସକାଳୁ ଭିଡ ଲାଗିଛି।

ସୂଚନା ଅନୁସାରେ ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ, ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ । କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା ଦେଶରେ ପାଳନ ହେବ ଇଦ୍ । ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧୧ ଅର୍ଥାତ ଆଜି ଇଦ-ଉଲ-ଫିତର ପାଳନ କରାଯିବ। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରମୁଖ ମସଜିଦ ମଧ୍ୟଏହା ନିଶ୍ଚିତ କରିଛନ୍ତି।

 

You might also like