Below header

ନିର୍ବାଚନରେ ଜନଜାତିଙ୍କ ସଂରକ୍ଷଣ ପ୍ରସଙ୍ଗ: ହାଇକୋର୍ଟରେ ଜବାବ ରଖିଲେ ସୋନପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ

କଟକ(କେନ୍ୟୁଜ୍):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ଏବଂ ସୋନପୁର ଓ ଖୋର୍ଦ୍ଧା ଜିଲ୍ଲାପାଳ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଏହି ଦୁଇ ଜିଲ୍ଲାର କୌଣସି ସରପଞ୍ଚ ପଦ ଜନଜାତିଙ୍କ ଲାଗି ସଂରକ୍ଷିତ ନଥିବା ନେଇ ହାଇକୋର୍ଟରେ ରୁଜୁ ହୋଇଛି ମାମଲା। ଗତ ୭ ତାରିଖରେ ଏହି ମାମଲାର ଶୁଣାଣି କରି ଦୁଇ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଥିଲେ ଓଡିଶା ହାଇକୋର୍ଟ।

ଆବେଦନକାରୀଙ୍କୁ ଏହି ଜବାବର କପି ପ୍ରଦାନ ପାଇଁ ନିର୍ଦ୍ଦେଶ ଥିବା ବେଳେ ଆବେଦନକାରୀ ପ୍ରତି ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ରାଜ୍ୟର ୨୩ ଟି ଜିଲ୍ଲାରେ କୌଣସି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ। ସୋନପୁର ଜିଲ୍ଲାରେ ୧୦୯ଟି ସରପଞ୍ଚ ପଦବୀ ଥିବା ବେଳେ ଗୋଟିଏ ବି ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ।

ସୋନପୁର ଜିଲ୍ଲାର ବଳଭଦ୍ର କୁଅଁରଙ୍କ ପକ୍ଷରୁ ରୁଜୁ ହୋଇଛି ମାମଲା । ସେହିପରି ଖୋର୍ଦ୍ଧା ଜିଲ୍ଲାର ୧୯୦ ଟି ସରପଞ୍ଚ ପଦବୀ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ। ଖୋର୍ଦ୍ଧା ଜିଲ୍ଲା ପାଇଁ ଟୁକୁ ମାଝୀ ଓ ଅନ୍ୟ ୫ ଜଣଙ୍କ ପକ୍ଷରୁ ରୁଜୁ ହୋଇଛି ଏହି ମାମଲା।
ଆସନ୍ତା ସୋମବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ବୋଲି ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ରହିଛି ୬୭୯୪ ସରପଞ୍ଚ ପଦବୀ ୩୧୪ ପଞ୍ଚାୟତ ସମିତି ଅଧ୍ୟକ୍ଷ। ଆଇନ ଅନୁଯାୟୀ ଅନୁସୂଚିତ ଜନଜାତି ୧୫୪୯ ସରପଞ୍ଚ ପଦବୀ ପାଇବା କଥା। କିନ୍ତୁ ୭ଟି ସିଡୁଲ ଏରିଆ ଜିଲ୍ଲାରେ ୨୦୯୭ ସରପଞ୍ଚ ପଦବୀ ରହିଛି। ଏହି ସମସ୍ତ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ପଞ୍ଚାୟତ ଏକ୍ସଟେନସନ ସିଡୁଲଡ଼ ଏରିଆ ଆକ୍ଟ ୧୯୯୬ ଅନୁଯାୟୀ ରେ ଏହି ୭ ଟି ଜିଲ୍ଲାରେ ଏହି ସଂରକ୍ଷିତ ରଖାଯାଇଛି। କିନ୍ତୁ ଅନ୍ୟ ୨୩ ଜିଲ୍ଲାରେ ଗୋଟିଏ ବି ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ। ଏହାକୁ ଚାଲେଞ୍ଜ କରାଯାଇଛି ହାଇକୋର୍ଟରେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଜବାବରେ କୁହାଯାଇଛି ଯେ, ରାଜ୍ୟ କୋଟା ଅନୁଯାୟୀ ରାଜ୍ୟରେ ୧୫୪୯ ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିବା କଥା । କିନ୍ତୁ ସିଡୁଲଡ଼ ଏରିଆ ଆକ୍ଟ ୧୯୯୬ ଅନୁଯାୟୀ ରାଜ୍ୟରେ ୨୦୯୭ ସରପଞ୍ଚ ପଦବୀ ସଂରକ୍ଷିତ ରହିଥିବାରୁ ଆଉ ସଂରକ୍ଷଣ କରାଯାଇ ନାହିଁ।

sonpur and khordha collector

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.