Below header

HAL ରେ ଖାଲି ପଡ଼ିଛି ୧୫୦ ପଦ, ବିଟେକ୍‌ ପାସ୍‌ କରିଥିଲେ ଏବେ ହିଁ କରନ୍ତୁ ଆବେଦନ

ଚାକିରି ସନ୍ଧାନରେ ଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌ (HAL) ପକ୍ଷରୁ ଟେକ୍ନିସିଆନ୍‌ ଅପରେଣ୍ଟିସ୍‌ ଓ ଗ୍ରାଜୁଏଟ୍‌ ଅପରେଣ୍ଟିସ୍‌ ଟ୍ରେନି ପଦ ପାଇଁ ନିଯୁକ୍ତି ଦିଆଯାଉଛି। ନୋଟିସ୍‌ ମୁତାବକ, ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍‌ରେ ମୋଟ୍‌ ୧୫୦ଟି ଅପରେଣ୍ଟିସ୍‌ ପଦ ଖାଲି ପଡ଼ିଛି। ଏହି ପଦ ପାଇଁ ଇଚ୍ଛୁକ ବ୍ୟକ୍ତି HAL ର ଅଫିସିଆଲ ୱେବ୍‌ସାଇଟ୍‌ hal-india.co.in କୁ ଯାଇ ନୋଟିସ୍‌ ଚେକ୍‌ କରିପାରିବେ। ଅନ୍‌ଲାଇନ୍‌ ଆବେଦନ ଅଫିସିଆଲ ୱେବ୍‌ସାଇଟ୍‌ mhrdnats.gov.in କୁ ଯାଇ କରିବାକୁ ପଡ଼ିବ। ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ୭ ଜାନୁଆରୀ ୨୦୨୨ ଠାରୁ ଆରମ୍ଭ ହୋଇଛି।

ବିଜ୍ଞପ୍ତି ଅନୁସାରେ, ଏଚ୍‌ଏଏଲ୍‌ରେ ଅପରେଣ୍ଟିସ୍‌ ପଦରେ ଭର୍ତ୍ତି ହେବା ପରେ ପ୍ରାର୍ଥୀଙ୍କୁ ମାସିକ ୯ ହଜାର ଟଙ୍କା ଷ୍ଟାଇପେଣ୍ଡ୍‌ ଭାବେ ମିଳିବ। ଏହି ପଦ ପାଇଁ ଇଲେକ୍ଟ୍ରୋନିକ ଓ କମ୍ୟୁନିକେସନ୍‌, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ, ମେକାନିକାଲ, ସିଭିଲ୍‌, କମ୍ପ୍ୟୁଟର ସାଇନ୍ସ, ଏରୋନେଟିକାଲରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

ପଦ ଓ ପଦବୀ:

ଟେକ୍ନିସିଆନ୍‌ ଅପରେଣ୍ଟିସ୍‌ ଟ୍ରେନି- ୮୦ ପଦ
ଗ୍ରାଜୁଏଟ୍‌ ଅପରେଣ୍ଟିସ୍‌ ଟ୍ରେନି- ୭୦ ପଦ

ଶିକ୍ଷାଗତ ଯୋଗ୍ୟତା:

ଟେକ୍ନିସିଆନ୍‌ ଅପରେଣ୍ଟିସ୍‌ ଟ୍ରେନି- ଇଞ୍ଜିନିୟରିଂରେ ଡିପ୍ଲୋମା ଡିଗ୍ରୀ ଥିବା ଆବଶ୍ୟକ
ଗ୍ରାଜୁଏଟ୍‌ ଅପରେଣ୍ଟିସ୍‌ ଟ୍ରେନି- ଇଞ୍ଜିନିୟରିଂରେ ବିଇ କିମ୍ବା ବିଟେକ୍‌ ଡିଗ୍ରୀ ଥିବା ଆବଶ୍ୟକ

କେତେ ମିଳିବ ଷ୍ଟାଇପେଣ୍ଡ:

ମାସକୁ ୯୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

ଆଶାୟୀ ପ୍ରାର୍ଥୀଙ୍କ ଚୟନ ମେରିଟ୍‌ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.